Local
ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
ମହୁମାଛି ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପଥରମୁଣ୍ଡା ବଉଳ ଛକ ନିକଟରେ ଘଟିଛି ଏହି ଅଘଟଣ। ମୃତକ ହେଉଛନ୍ତି ତୁଷାର ପ୍ରଧାନ। ତାଙ୍କ ଘର ଟାକୁଆ ଗାଁରେ।
ମହୁମାଛି ଆକ୍ରମଣରେ ଆଉ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ପପୁ ଦେହୁରୀ। ସେ କଣିହାଁ ୟୁକୋ ବ୍ୟାଙ୍କର କର୍ମଚାରୀ। ତାଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଦୁଇ ଦିନ ତଳେ ମହୁମାଛି ଆକ୍ରମଣରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ଗାଁରେ ପକ୍ଷୀରାଜ ଘିବେଲା ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହଠାତ୍ ମହୁମାଛିମାନେ ତାଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ତାଙ୍କ କାନରେ ମଧ୍ୟ ପଶିଯାଇଥିଲେ। ଯନ୍ତ୍ରଣାରେ ଚିତ୍କାର କରି ସେ ଗଛ ତଳେ ପଡ଼ିଯାଇଥିଲେ। ପକ୍ଷୀରାଜଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ କାନ ଭିତରୁ ମହୁମାଛି ବାହାର କରିଥିଲେ। ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନା ନେଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବଲାଙ୍ଗିର ଆସିବା ବାଟରେ ହିଁ ପକ୍ଷୀରାଜଙ୍କର ମୃତ୍ୟୁ ଘଟିଥିଲା।