🔥 TRENDING स्किल इंडिया बनाम जमीनी अनुभव: एक ही क... *परीक्षा में सफलता की मंगलकामना के साथ... भव्य जैन भागवती दीक्षा महोत्सव 2027 মাঝরাতে ভয়াবহ অগ্নিকাণ্ড! শর্ট সার্কি... शाहजहांपुर में पुलिस झंडा दिवस पर SP न... वणधर-बरेठा में नई सरपंच अल्का कंवर ने...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପଞ୍ଚୁକ ପାଇଁ ଭୋରରୁ ସ୍ନାନ କରିବାକୁ ନଦୀକୁ ଯାଇଥିଲେ, ଭାସିଗଲେ

✍️ Reporter: Deepak Mahapatra 🗓 23 Nov 2026, 01:12 PM 👁 18
Share: 💬 WhatsApp 📘 Facebook 𝕏 Post
ପଞ୍ଚୁକ ପାଇଁ ଭୋରରୁ ଉଠି ନଦୀକୁ ଯାଇଥିଲେ ଗାଧୋଇବାକୁ। ହେଲେ ଗାଧୋଇଲା ବେଳେ ଭାସିଗଲେ। ଖୋଜାଖୋଜି ଜାରି ରହିଥିଲେ ବି ତାଙ୍କର ପତ୍ତା ମିଳିପାରିନାହିଁ।
ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କେ.ଏନ.ପୁର ଗାଁରେ। ନିଖୋଜ ମହିଳାଙ୍କ ନାଁ ଶୁଭଲକ୍ଷ୍ମୀ ବେହେରା। ସେ ଆଜି ଭୋରରେ ଆଉ କିଛି ମହିଳାଙ୍କ ସହ ମିଶି ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ।
ନଦୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିବା ଯୋଗୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ ଏବଂ ଭାସି ଯାଇଥିଲେ। ଶୁଭଲକ୍ଷ୍ମୀ ଭାସିଯିବା ଦେଖି ଅନ୍ୟ ମହିଳାମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରାଯାଇଥିଲା। ଏହା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଖବରପାଇ ଅଗ୍ନିଶମ ବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଖୋଜା ଖୋଜି ଜାରି ରଖାଯାଇଥିଲେ ହେଁ ଶୁଭଳକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇପାରି ନାହିଁ।
📲Get App