🔥 TRENDING जनशताब्दी मे ं यात्रियो ं के बैग गलती... Telangana CM Revanth Reddy’s Growth Pl... गंगापुर सिटी में कल अलग-अलग समय बंद रह... पिपरहवा जोगा गाँव में तेज़ बारिश गोपालगंज में मोटर गैराज और मोबाइल टावर... Heavy Rain Hits Parts of Hyderabad on...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ବରଗଡ଼ ଜିଲ୍ଲାର ପାଇକମାଲ ଥାନା ପୁଲିସକୁ ମିଳିଛି ସଫଳତା।

✍️ Reporter: Deepak Mahapatra 🗓 30 Oct 2026, 06:00 PM 👁 13
Share: 💬 WhatsApp 📘 Facebook 𝕏 Post
ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଲ ଥାନା ପୁଲିସକୁ ମିଳିଛି ସଫଳତା। ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨୫ କିଲୋଗ୍ରାମ ୨୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୁଲିସ। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଇକୋ ଭ୍ୟାନ୍‌ ଓ ତିନୋଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୯ ଅକ୍ଟୋବର ୨୦୨୬ ତାରିଖ ସକାଳ ପ୍ରାୟ ୮ଟା ୧୦ ମିନିଟ୍‌ ସମୟରେ ପାଇକମାଲ ଥାନା ଅଧିକାରୀ ଇନ୍ସପେକ୍ଟର ଏମ୍‌. ମିଞ୍ଜ ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ପାଇଥିଲେ। ଏକ ଇକୋ ଭ୍ୟାନ୍‌ରେ ଗଞ୍ଜେଇ ନେଇ ଅଭିଯୁକ୍ତମାନେ ପୁରେନା ପଟୁ ନୂଆପଡ଼ା ଅଭିମୁଖେ ଯାଉଥିବା ସୂଚନା ମିଳିଥିଲା।
ଏହି ସୂଚନା ଆଧାରରେ ପାଇକମାଲ ଥାନା ଅଧିକାରୀ ପୁଲିସ କର୍ମଚାରୀଙ୍କ ସହ ଚେରେଙ୍ଗାଝାଞ୍ଜ ଛକ ନିକଟ ବିଜୁ ଏକ୍ସପ୍ରେସ୍‌ ୱେରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଏହି ସମୟରେ ପାଇକମାଲ ପଟୁ ନୂଆପଡ଼ା ଅଭିମୁଖେ ଯାଉଥିବା ଏକ ଇକୋ ଭ୍ୟାନ୍‌କୁ ଅଟକାଇ ତଲାସୀ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ୨୫ କିଲୋଗ୍ରାମ ୨୫୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପାଇକମାଲ ତହସିଲଦାର ହରିସିଂହ ମାଝୀଙ୍କ ଉପସ୍ଥିତିରେ ଆଇନ ଅନୁଯାୟୀ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଅନ୍ତର୍ଗତ ଭଲେଶ୍ୱର ଗ୍ରାମର ପିଣ୍ଟୁ ସତନାମୀ, ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଅନ୍ତର୍ଗତ ଭଟଗାଓଁ ଗ୍ରାମର ହେମତାଜ ସତନାମୀ ଏବଂ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ପାର୍କୋଡ଼ ଗ୍ରାମର ରିକେଶ ସତନାମୀ। ପୁଲିସ ଏହି ଘଟଣାରେ ଇକୋ ଭ୍ୟାନ୍‌, ୩ଟି ମୋବାଇଲ ଫୋନ୍‌ ଏବଂ ୨୫ କିଲୋଗ୍ରାମ ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୁରେନା ଗ୍ରାମର ଅର୍ଜୁନ ବାଗାର୍ତ୍ତି ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି। ପାଇକମାଲ ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
📲Get App