🔥 TRENDING ककराली जाट नाइट क्रिकेट टूर्नामेंट में... Fact Check: Kazakhstan Military Drill... J&K Public Works Department Promotes T... Two Arrested in J&K for Using Mule Acc... LG Manoj Sinha calls Jammu & Kashmir y... Large Religious Gathering Held at Dera...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

୨୪ ଘଣ୍ଟାରେ ଲଘୁଚାପ!

✍️ Reporter: Deepak Mahapatra 🗓 29 Oct 2026, 01:00 PM 👁 16
Share: 💬 WhatsApp 📘 Facebook 𝕏 Post
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।
ଗତ ଦୁଇଦିନ ଧରି ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପିଛି । ଏହା ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କଣ ପ୍ରଭାବ ପଡିବ, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ।
ଏନେଇ ଗତକାଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଆଣ୍ଡାମାନ ସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କିନ୍ତୁ ତାହା ଅବପାତ ହେବ କିମ୍ବା ବାତ୍ୟା ହେବ, ତା’ର ପୂର୍ବାନୁମାନ କରାଯାଇନାହିଁ। ତା’ର ପୂର୍ବାନୁମାନ କଲା ପରେ ତାହା କେଉଁ ଉପକୂଳକୁ ଯିବ ଓ କେତେ ତୀବ୍ରତାରେ ପହଞ୍ଚିବ, ତା’ର ବିବରଣୀ ପ୍ରଦାନ କରାଯିବ।
ଅନ୍ୟପକ୍ଷରେ ବାତ୍ୟା ଅର୍ଣ୍ଣବ ଗଭୀର ଅବପାତରେ ପରିଣତ ହୋଇଛି। ଏହା ମାଲକାନଗିରି ଠାରୁ ୬୦କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟାକୁ ୧୫କିମି ବେଗରେ ଉତ୍ତରକୁ ବଢୁଛି। ଆଗାମୀ କିଛି ଘଣ୍ଟାରେ ଅର୍ଣ୍ଣବ ଦୁର୍ବଳ ହୋଇ ଅବପାତ ଏବଂ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ଋଷିକୁଲ୍ୟା ସମେତ ବିଭିନ୍ନ ନଦୀ ଓ ଗ୍ରାମର ଜଳସ୍ତର ବୃଦ୍ଧି ପାଉଛି। ସୋରଡ଼ାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଏକାଧିକ ଗାଁରେ ପାଣି ପଶିଛି। ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଭୂସ୍ଖଳନ ହୋଇଛି।
📲Get App