🔥 TRENDING public prosecutor was ambushed and ass... More than 700 deaths recorded from res... New Gecko Species Identified in Umrang... Respiratory illnesses lead Mizoram's m... ककराली जाट नाइट क्रिकेट टूर्नामेंट में... Fact Check: Kazakhstan Military Drill...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ଅର୍ଣ୍ଣବ'ର ପ୍ରଭାବ : ରାଜଧାନୀରେ ପରିସ୍ଥିତି ବେହାଲ

✍️ Reporter: Deepak Mahapatra 🗓 29 Oct 2026, 01:52 PM 👁 12
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ବାତ୍ୟା ଜନିତ ପ୍ରବଳ ପବନ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଓ ବିଜୁଳି ଖୁଣ୍ଟ ସହ ଅନେକ ପୂଜା ପେଣ୍ଡାଲର ତୋରଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ତିଆରି ହୋଇଛି।
ଶିଖରଚଣ୍ଡି ନଗର ସାମ୍ନାରେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଏକ ବିରାଟ ଗଛ ଉପୁଡ଼ି ପଡ଼ି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି। ଏହାଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଭୁବନେଶ୍ୱରର ଦାମନା ରୋଡ୍ ନିକଟସ୍ଥ କ୍ଲବ ଟାଉନ ପଡ଼ିଆରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ହୋଇଥିବା ପ୍ରବଳ ବର୍ଷା ଓ ସାଙ୍ଗକୁ ତୀବ୍ର ବେଗରେ ବହିଥିବା ପବନ ମାଡ଼ରେ ଏହି ବିରାଟ ଗେଟ୍‌ଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ଏହି ୮୦ ଫୁଟର ଆକର୍ଷଣୀୟ ତୋରଣଟି ଚଳିତ ଗଜଲକ୍ଷ୍ମୀ ପୂଜା ପାଇଁ ନିର୍ମାଣ କରାଯାଇଥିଲା।
ଅନ୍ୟପଟେ ଅର୍ଣ୍ଣବ’ ଯୋଗୁଁ ରାଜ୍ଯର ‘୨୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ। ୧୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି।ଗଜପତିରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦେଲେ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
📲Get App