🔥 ट्रेंडिंग ककराली जाट नाइट क्रिकेट टूर्नामेंट में... फ़ैक्ट‑चेक: कज़ाख़स्तान की सैन्य ड्रिल... जम्मू-कश्मीर PWD ने दो इंजीनियर्स को च... जम्मू-कश्मीर में दो लोगों को म्यूल खात... LG मनोज सिन्हा ने जम्मू-कश्मीर के युवा... अमृतसर के डेरा कार सेवा संत भूरी वालों...
29 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ଆଜି ଏହି ଦୁଇ ଜିଲ୍ଲାରେ ସ୍କୁଲ ଛୁଟି

✍️ रिपोर्टर: Deepak Mahapatra 🗓 29 अक्टू. 2026, 12:58 PM 👁 20
शेयर करें: 💬 WhatsApp 📘 Facebook 𝕏 Post
'ଅର୍ଣ୍ଣବ' ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ଦୁଇଟି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି। ଏହି ଦୁଇ ଜିଲ୍ଲା ହେଉଛି - ସୁବର୍ଣ୍ଣପୁର ଓ ବୌଦ୍ଧ।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାକୁ ଆଜି ସକାଳ ‌ସାଢେ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଏହି ଆଲର୍ଟ ଜାରି କରାଯାଇଥିଲା। ସେହିପରି ଆଜି ସକାଳ ‌ସାଢେ ୮ଟାରୁ ଆସନ୍ତାକାଲି ସକାଳ ‌ସାଢେ ୮ଟା ପର୍ଯ୍ୟନ୍ତ ଏହି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ସକାଳ ‌ସାଢେ ୮ଟା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।
ବାତ୍ୟା ଅର୍ଣ୍ଣବ ଗଭୀର ଅବପାତରେ ପରିଣତ ହୋଇଛି। ଏହା ମାଲକାନଗିରି ଠାରୁ ୬୦କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟାକୁ ୧୫କିମି ବେଗରେ ଉତ୍ତରକୁ ବଢୁଛି। ଆଗାମୀ କିଛି ଘଣ୍ଟାରେ ଅର୍ଣ୍ଣବ ଦୁର୍ବଳ ହୋଇ ଅବପାତ ଏବଂ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି।
📲Get App