🔥 TRENDING રાજકોટ ગ્રામ્ય જિલ્લાના આટકોટ પોલીસ સ્... পাকিস্তানের প্রতি কংগ্রেসের অবস্থান নি... हंसराज सैनी ने ग्राम पंचायत हांसपुर मे... हमीरपुर में इंसाफ की गुहार! पति एक साल... 32 Arrested in Assam’s Statewide Crack... public prosecutor was ambushed and ass...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ସରକାରୀ ପଲିଟେକନିକରେ ଅଧ୍ୟାପକଙ୍କ ବିଶୃଙ୍ଖଳିତ ଆଚରଣ; ଯୁକ୍ତିତର୍କରୁ ମାଡ଼ପିଟ୍‌, ଏକାଥରେ ୩ ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

✍️ Reporter: Deepak Mahapatra 🗓 29 Oct 2026, 02:03 PM 👁 11
Share: 💬 WhatsApp 📘 Facebook 𝕏 Post
ଯାଜପୁର: ଅଧ୍ୟାପକଙ୍କ ମଧ୍ୟରେ ଯୁକ୍ତିତର୍କରୁ ମାଡ଼ପିଟ୍‌। ତାହା ପୁଣି ଛାତ୍ରଛାତ୍ରୀଙ୍କ ସାମ୍ନାରେ। ଯାଜପୁର ସରକାରୀ ପଲିଟେକ୍‌ନିକ୍‌ କଲେଜରେ ଏଭଳି ଘଟଣାକୁ ନେଇ ଆସିଛି ବଡ଼ ଖବର। ଘଟଣାକୁ ଗୁରୁତ୍ୱର ସହ ନେଇ ତିନି ଜଣ ଅଧ୍ୟାପକଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନିଲମ୍ବିତ ଅଧ୍ୟାପକମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା।
ଷ୍ଟାଫ୍‌ ମିଟିଂରୁ ଆରମ୍ଭ, ପରେ ମାଡ଼ପିଟ୍‌
ସୂଚନା ଅନୁସାରେ, ଅକ୍ଟୋବର ୨୬ ତାରିଖରେ କଲେଜରେ ଏକ ଷ୍ଟାଫ୍‌ ମିଟିଂ ଚାଲିଥିବା ସମୟରେ ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପ୍ରଥମେ କଥା କଟାକଟି ହୋଇଥିବା ବେଳେ ପରେ ଏହା ଉଗ୍ର ରୂପ ନେଇଥିଲା। ଯୁକ୍ତିତର୍କରୁ କଥା ଶାରୀରିକ ସଂଘର୍ଷ ପର୍ଯ୍ୟନ୍ତ ପହଞ୍ଚିଥିବା ଅଭିଯୋଗ ହୋଇଛି।
କେବଳ ଅଧିକାରୀଙ୍କ ବୈଠକ ମଧ୍ୟରେ ଏହି ବିବାଦ ସୀମିତ ରହିନଥିଲା। ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିବାରୁ କଲେଜର ଶୈକ୍ଷିକ ପରିବେଶ ପ୍ରଭାବିତ ହୋଇଥିବା କୁହାଯାଇଛି।
ଶୃଙ୍ଖଳାଭଙ୍ଗକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶିକ୍ଷକତା ଏକ ସମ୍ମାନଜନକ ବୃତ୍ତି। ଶିକ୍ଷାନୁଷ୍ଠାନ ଭିତରେ, ବିଶେଷକରି ଛାତ୍ରଛାତ୍ରୀଙ୍କ ସାମ୍ନାରେ ଅଶୋଭନୀୟ ଆଚରଣ ଓ ହିଂସା ଶିକ୍ଷାନୁଷ୍ଠାନର ମର୍ଯ୍ୟାଦାକୁ କ୍ଷୁଣ୍ଣ କରେ।
ଏହି ଘଟଣା ପରେ ତିନି ଜଣଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ବଜାୟ ରଖିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଓ ନୈତିକତାର ପାଠ ପଢ଼ାଉଥିବା ଶିକ୍ଷକଙ୍କ ମଧ୍ୟରେ ଏଭଳି ଘଟଣା ଶିକ୍ଷାନୁଷ୍ଠାନର ଆଚରଣ ଓ ପରିବେଶକୁ ନେଇ ପ୍ରଶ୍ନ ଉଠାଇଛି।
📲Get App