वायरल
ମଧ୍ୟପ୍ରଦେଶରେ ଭାସିଗଲା କାର, ୭ ଓଡ଼ିଆ ମୃତ, ସମସ୍ତେ ଭୁବନେଶ୍ୱରର
यहाँ देखें:
▶️ YouTube
ମଧ୍ୟପ୍ରଦେଶରେ ଭାସିଗଲା କାର୍ । ଭାସିଯାଇ ୭ ଓଡ଼ିଆ ପର୍ଯ୍ୟଟକ ମୃତ । ୩ ପିଲା, ୨ ମହିଳା, ୩ ପୁରୁଷ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି । ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଏକ ଝରଣାରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଥିବାବେଳେ କାର ଡ୍ରାଇଭରକୁ ମିଶାଇ ୮ ଜଣ ବୋଲି ଜଣାପଡ଼ିଛି ।
ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ମୃତ ୭ ଜଣ ଓଡ଼ିଆ ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି । ଜୟଦେବ ବିହାର ଅଞ୍ଚଳରେ ଥିବା ବନା ଢ଼ାବାର ମାଲିକଙ୍କର ପରିବାର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି ।ସୂଚନା ଅନୁଯାୟୀ, କାର୍ରେ ଯାତ୍ରା କରୁଥିବା ଲୋକମାନେ ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ମନ୍ଦିର ନିକଟସ୍ଥ ଏକ ନାଳ ଅତିକ୍ରମ କରିବା ସମୟରେ ଗାଡ଼ିଟି ପାଣିର ପ୍ରଖର ସ୍ରୋତର ଭାସିଯାଇଥିଲା ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନାଳରୁ ଗାଡ଼ି ଓ ମୃତଦେହଗୁଡ଼ିକୁ ବାହାର କରିଥିଲା। ବର୍ତ୍ତମାନ ପୋଲିସ ଦୁର୍ଘଟଣାର ପରିସ୍ଥିତି ଓ କାରଣ ସମ୍ପର୍କରେ ତଦନ୍ତ କରୁଛି।