🔥 ट्रेंडिंग Malayalam film 'Half' to have world pr... CISF ने झारखंड और पश्चिम बंगाल के खानो... ओडिशा में ७५ साल के वृद्ध को ₹100 रिश्... झारखंड के ईस्ट सिंहभूम में स्कूल वैन क... डीयूएसयू 2026 चुनाव की गिनती शुरू, परि... न्यूज़ीलैंड मंत्री ने भारत‑न्यूज़ीलैंड...
19 सित. 2026
ગુજરાતી मराठी ਪੰਜਾਬੀ বাংলা
କେନ୍ଦ୍ର ସରକାରଙ୍କ MCCD ରିପୋର୍ଟ: ଓଡ଼ିଶାରେ ୧୦୦ରୁ ୮୦ମୃତ୍ୟୁର କାରଣ ଅସ୍ପଷ୍ଟ , ହୃଦରୋଗରେ ସର୍ବାଧିକ ୨୮.୨% ମୃତ୍ୟୁ
स्वास्थ्य

କେନ୍ଦ୍ର ସରକାରଙ୍କ MCCD ରିପୋର୍ଟ: ଓଡ଼ିଶାରେ ୧୦୦ରୁ ୮୦ମୃତ୍ୟୁର କାରଣ ଅସ୍ପଷ୍ଟ , ହୃଦରୋଗରେ ସର୍ବାଧିକ ୨୮.୨% ମୃତ୍ୟୁ

✍️ रिपोर्टर: Deepak Mahapatra 🗓 19 सित. 2026, 12:02 PM 👁 9
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟରେ ପ୍ରତିବର୍ଷ କାଗଜକଲମରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପଞ୍ଜିକୃତ ହେଉଛି ସତ କିନ୍ତୁ ସେମାନଙ୍କର ଜୀବନ କେଉଁ ରୋଗରେ ଯାଉଛି ତାହା ନିର୍ଦ୍ଧାରଣ କରିବା ପାଇଁ ଡାକ୍ତରୀ ସାର୍ଟିଫିକେଟ୍ ଦେବାରେ ରାଜ୍ୟ ପ୍ରଶାସନ ବିଫଳ ସାବ୍ୟସ୍ତ ହୋଇଛି।ଓଡ଼ିଶାରେ ପ୍ରତି ୧୦୦ଟି ମୃତ୍ୟୁ ମଧ୍ୟରୁ ପ୍ରାୟ ୮୦ଟି ମୃତ୍ୟୁର ଡାକ୍ତରୀ କାରଣ ଅସ୍ପଷ୍ଟ। ରାଜ୍ୟରେ ପଞ୍ଜିକୃତ ହେଉଥିବା ପ୍ରାୟ ୮୦% ମୃତ୍ୟୁର କୌଣସି ଡାକ୍ତରୀ ପ୍ରମାଣପତ୍ର ମିଳିପାରୁନାହିଁ। ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ସ୍ଥିତି ଓ ମୃତ୍ୟୁର କାରଣ ଚିହ୍ନଟ କରିବାରେ ପ୍ରଶାସନିକ ବିଫଳତାର ଏହି ଉଦବେଗଜନକ ଚିତ୍ରକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଦ୍ୟତମ ପ୍ରକାଶିତ ରିପୋର୍ଟ ହିଁ ପଦାରେ ପକାଇ ଦେଇଛି।ରାଜ୍ୟରେ ପ୍ରତିବର୍ଷ କାଗଜକଲମରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପଞ୍ଜିକୃତ ହେଉଛି ସତ କିନ୍ତୁ ସେମାନଙ୍କର ଜୀବନ କେଉଁ ରୋଗରେ ଯାଉଛି ତାହା ନିର୍ଦ୍ଧାରଣ କରିବା ପାଇଁ ଡାକ୍ତରୀ ସାର୍ଟିଫିକେଟ୍ ଦେବାରେ ରାଜ୍ୟ ପ୍ରଶାସନ ବିଫଳ ସାବ୍ୟସ୍ତ ହୋଇଛି। ଏପରିକି ଜାତୀୟସ୍ତରରେ ଏହି ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ହାର ତୁଳନାରେ ଓଡ଼ିଶା ବେଶ୍ ପଛରେ ରହିଛି। ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ତାଲିକାରେ ଓଡ଼ିଶା ୨୧ତମ ସ୍ଥାନରେ ଥିବାବେଳେ, କେବଳ ପ୍ରମୁଖ ୨୧ଟି ବଡ଼ ରାଜ୍ୟଗୁଡ଼ିକର ତାଲିକାରେ ରାଜ୍ୟର ସ୍ଥାନ ୬ରୁ ୧୧ ତମ ସ୍ଥାନକୁ ଖସି ଆସିଛି।

ଅନ୍ୟପକ୍ଷରେ ଡାକ୍ତରୀ ପ୍ରମାଣପତ୍ର ହାସଲ କରିଥିବା ମୃତକଙ୍କ ମଧ୍ୟରେ ସର୍ବାଧିକ ୨୮.୨% ମୃତ୍ୟୁ କେବଳ ହୃଦରୋଗ ତଥା ରକ୍ତ ସଂଚାଳନ ପ୍ରମାଣୀ ଜନିତ ସମସ୍ୟା ଯୋଗୁ ଘଟିଛି। ରାଜ୍ୟରେ ଏହି ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କେବଳ ସହରାଂଚଳ କିମ୍ବା ବଡ଼ ବଡ଼ ଡାକ୍ତରଖାନା ମଧ୍ୟରେ ହିଁ ସୀମିତ ହୋଇଛି। ଗ୍ରାମାଂଚଳରେ ଏହି ଡାକ୍ତରୀ ପ୍ରମାଣପତ୍ର ହାସଲ କରିବା ଅବା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ରିପୋର୍ଟରୁ ଜଣାପଡ଼ିଛି।କେନ୍ଦ୍ର ସରକାରଙ୍କ ଜନଗଣନା କମିଶନରଙ୍କ ଅଫିସ(ଓଆରଜିଆଇ) ପକ୍ଷରୁ ‘ମେଡିକାଲ ସାର୍ଟିଫିକେସନ୍ ଅଫ କଜ୍ ଅଫ ଡେଥ(ଏମସିସିଡି)ର ସଦ୍ୟତମ ବାର୍ଷିକ ରିପୋର୍ଟ ଯାହାକି ଗତ ଜୁଲାଇ ମାସରେ ପ୍ରକାଶିତ ହୋଇଛି ସେଥିରେ ଅନେକ ସଙ୍ଗୀନ ଚିତ୍ର ପଦାକୁ ଆସିଛି। ୨୦୨୪ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ସମଗ୍ର ବର୍ଷର ପଞ୍ଜିକୃତ ତଥ୍ୟକୁ ଆଧାର କରି ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ୨୦୨୬ ଜୁଲାଇ ମାସରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି।

ଏହି ରିପୋର୍ଟ ଅନୁସାରେ, ୨୦୨୪ କ୍ୟାଲେଣ୍ଡର ବର୍ଷରେ ଓଡ଼ିଶାରେ ମୋଟ ୪ ଲକ୍ଷ ୧୫ ହଜାର ୫୩୧ ଜଣଙ୍କ ମୃତ୍ୟୁ ସିଭିଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମରେ ପଞ୍ଜିକୃତ ହୋଇଥିଲା। କିନ୍ତୁ ତାହା ମଧ୍ୟରୁ ମାତ୍ର ୮୪୫୬୨ ଜଣ ମୃତକଙ୍କ କ୍ଷେତ୍ରରେ ହିଁ ଡାକ୍ତରୀ କାରଣ ସହ ମୃତ୍ୟୁ ପ୍ରମାଣପତ୍ର ବା ମେଡିକାଲ୍ ସାର୍ଟିଫିକେସନ୍ ମିଳିପାରିଥିଲା। ଏହି ପ୍ରମାଣିତ ମୃତକଙ୍କ ମଧ୍ୟରେ ୫୦୭୦୮ ଜଣ ପୁରୁଷ ଓ ୩୩୮୫୪ ଜଣ ମହିଳା ସାମିଲ ଅଛନ୍ତି। ଓଡ଼ିଶାରେ ମୋଟ ପଞ୍ଜିକୃତ ମୃତ୍ୟୁ ତୁଳନାରେ ମେଡିକାଲ୍ ସାର୍ଟିଫିକେସନ୍ ହାର ମାତ୍ର ୨୦.୪% ରହିଛି, ଯାହାର ଅର୍ଥ ହେଉଛି ବାକି ପ୍ରାୟ ୮୦% ମୃତ୍ୟୁ ବିନା କୌଣସି ଡାକ୍ତରୀ ପ୍ରମାଣପତ୍ରରେ ପଞ୍ଜିକୃତ ହୋଇଛି।

ବିଗତ ବର୍ଷଗୁଡ଼ିକର ତୁଳନାତ୍ମକ ବିବରଣୀରୁ ଜଣାପଡ଼ିଛି ଯେ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ୨୦୨୨ ମସିହାରେ ଓଡ଼ିଶାରେ ଏହି ହାର ୨୧.୯% ଓ ୨୦୨୩ରେ ୨୩.୪% ଥିବାବେଳେ ୨୦୨୪ରେ ଏହା ୨୦.୪% କୁ ଖସିଆସିଛି। ଏହି ହ୍ରାସ ଯୋଗୁ ସମଗ୍ର ଦେଶର ୨୧ଟି ପ୍ରମୁଖ ବଡ଼ ରାଜ୍ୟ ତାଲିକାରେ ଓଡ଼ିଶାର ର଼୍ୟାଙ୍କିଙ୍ଗ୍ ୬ରୁ ୧୧କୁ ହ୍ରାସ ପାଇଛି। ଯଦିଓ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ ଓଡ଼ିଶାର ସାମଗ୍ରିକ ସ୍ଥାନ ୨୧ତମ ରହିଛି। ରାଜ୍ୟରେ ଡାକ୍ତରୀ ଭାବେ ପ୍ରମାଣିତ ହୋଇଥିବା ମୃତ୍ୟୁର କାରଣ ମଧ୍ୟରେ ସର୍ବାଧିକ ୨୮.୨ ପ୍ରତିଶତ ମୃତ୍ୟୁ ହୃଦରୋଗ ଯୋଗୁଁ ଘଟିଛି। ସେହିପରି ୧୭.୮ ପ୍ରତିଶତ ମୃତ୍ୟୁ କ୍ଷେତ୍ରରେ ଡାକ୍ତରୀ କାରଣ ଅସ୍ପଷ୍ଟ ଲକ୍ଷଣ ବା ଅଜ୍ଞାତ ବୋଲି ଦର୍ଶାଯାଇଛି, ଯାହା ସମଗ୍ର ଦେଶରେ ଓଡ଼ିଶାକୁ ଷଷ୍ଠ ସ୍ଥାନରେ ରଖିଛି। ଏସବୁ ବ୍ୟତୀତ ଶ୍ୱାସକ୍ରିୟା ଜନିତ ରୋଗରେ ୮.୯ %, ସଂକ୍ରାମକ ରୋଗରେ ୮.୪ %, ମୂତ୍ର ଓ ପ୍ରଜନନ ପ୍ରଣାଳୀ ରୋଗରେ ୪.୭ % ଓ ପାଚନତନ୍ତ୍ର ଜନିତ ରୋଗରେ ୪.୧ ପ୍ରତିଶତ, କର୍କଟ ରୋଗରେ ୪.୯%,ମଧୁମେହ ଯୋଗୁ ୩% ଓ ଦୁର୍ଘଟଣା ଓ ବିଷକ୍ରିୟା ଭଳି ବାହ୍ୟ କାରଣରୁ ୩.୮% ମୃତ୍ୟୁ ରେକର୍ଡ କରାଯାଇଛି।


ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଆଇନ-୨୦୨୩ ମାଧ୍ୟମରେ ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ତଥା ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ବାଧ୍ୟତାମୂଳକ କରାଯାଇଥିଲେ ସୁଦ୍ଧା ରାଜ୍ୟର ତୃଣମୂଳସ୍ତରରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ରୋଗ ନିୟନ୍ତ୍ରଣ ଓ ସଠିକ୍ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତି ପାଇଁ ପ୍ରତ୍ୟେକ ମୃତ୍ୟୁର ଡାକ୍ତରୀ କାରଣ ଜାଣିବା ଅତ୍ୟନ୍ତ ଜରୁରୀ ଥିବାବେଳେ ଗ୍ରାମାଂଚଳ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରସ୍ତରରେ ଏହି ମୃତ୍ୟୁ ପ୍ରମାଣପତ୍ର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏବେ ରାଜ୍ୟ ପ୍ରଶାସନ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି।
📲Get App