🔥 TRENDING कलेक्टर आशीष तिवारी ने कटनी में जनसुनव... बड़वानी कलेक्टर हेमलता सोलंकी ने जनसुन... जौनपुर में 31 अक्टूबर को भव्य 'भारत मि... नायागाँव, ग्वालियर में राष्ट्रीय डीवॉर... संजय सिंघल को SSB के साथ अतिरिक्त रूप... ग्वालियर के पी.एम. श्री केवी सीआरपीएफ...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ଅର୍ଣ୍ଣବ ପାଇଁ ବଡ଼ ପ୍ରସ୍ତୁତି; ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ- SRC

✍️ Reporter: Deepak Mahapatra 🗓 27 Oct 2026, 01:20 PM 👁 17
Share: 💬 WhatsApp 📘 Facebook 𝕏 Post
ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟରେ ତତ୍ପରତା ବଢ଼ିଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଥିବା ବେଳେ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ରହିଛି। ସୋମବାର ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ପ୍ରଭାବିତ ଅଞ୍ଚଳର କିଛି ଲୋକଙ୍କୁ ଇତିମଧ୍ୟରେ ସ୍ଥାନାନ୍ତର କରାଯାଇଛି। ବାକି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପ୍ରକ୍ରିୟା ଜାରି ରହିଛି। ବାତ୍ୟା ସମୟରେ ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି।
ସେହିପରି ବାତ୍ୟା ପ୍ରସ୍ତୁତି ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ୧୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଥିବା SRC କହିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ୧,୯୦୦ ମେଟ୍ରିକ ଟନ୍ ଗୋଖାଦ୍ୟ ମହଜୁଦ ରଖାଯାଇଛି। ଜରୁରୀ ପରିସ୍ଥିତିରେ ପଶୁସମ୍ପଦର ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ସକାଳ ପ୍ରାୟ ୯ଟାରୁ ଆକାଶ ମେଘାଚ୍ଛନ୍ନ ହୋଇପଡ଼ିଥିବା ବେଳେ ଧୀରେ ଧୀରେ ପବନର ବେଗ ବଢ଼ୁଥିବା ଦେଖାଯାଇଛି।
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ମଧ୍ୟ ବର୍ଷା ଜାରି ରହିଛି। ମଝିରେ ମଝିରେ ପବନର ବେଗ ବଢ଼ୁଛି। ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ହେଉଥିବା ସୂଚନା ମିଳିଛି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଲୋକଙ୍କୁ ସତର୍କ ରହିବା ସହ ଅଧିକୃତ ସୂତ୍ରରୁ ମିଳୁଥିବା ପାଣିପାଗ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି।
📲Get App