🔥 ट्रेंडिंग नई मीडिया समूह ने आतंकवाद विरोधी अभिया... जिलाधिकारी ने छात्र मांगों पर सहमति दी... बंगाल के नमूने में त्रुटि पर FSSAI ने... ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ ଶିକ୍ଷାର... थाने के मेयर शिंदे ने अवैध होर्डिंग्स... ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହା...
28 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

୫-ଟି ସ୍କୁଲ ପାଣ୍ଠିରେ ଅନିୟମିତତାର ହେବ ତଦନ୍ତ , ଗୃହରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 28 नव. 2026, 02:28 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟ ବିଧାନସଭାରେ ଆଜି ପୂର୍ବ ବିଜେଡି ସରକାରଙ୍କ ବହୁଚର୍ଚ୍ଚିତ ୫-ଟି ସ୍କୁଲ ରୂପାନ୍ତରୀକରଣ ଯୋଜନାରେ ଆର୍ଥିକ ଅନିୟମିତତାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ୫-ଟି ସ୍କୁଲ ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ଗଣଶିକ୍ଷା ବିଭାଗ କରିବ ବୋଲି ଆଜି ଗୃହରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ୫-ଟି ସ୍କୁଲ ପାଇଁ ଆସିଥିବା ଅର୍ଥ କାହିଁକି ଖର୍ଚ୍ଚ ହୋଇପାରି ନାହିଁ ଓ ଏଥିରେ କ’ଣ ଅସୁବିଧା ରହିଛି, ସେ ଦିଗରେ ବିସ୍ତୃତ ତଦନ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟ କରିଛନ୍ତି।


ଆଜି ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ମୂଳ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ପୂର୍ବ ବିଜେଡି ସରକାରଙ୍କ ସମୟରେ ୫-ଟି ଯୋଜନାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପାଣ୍ଠି, ଖଣିଜ ଅଂଚଳ ବିକାଶ ନିଗମ ପାଣ୍ଠି ସହ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅର୍ଥ ଖର୍ଚ୍ଚ କରି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ କରାଯାଇଥିଲା। ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇଛି, ମାତ୍ର ପ୍ରକୃତ ବିନିଯୋଗ ପ୍ରମାଣପତ୍ର କେତେ ତାହା ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇ ପାରିନାହିଁ।

ସେହିପରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ମାଟ୍ରିକ ପାସ୍ ପରେ ଅନେକ ପିଲା ବୈଷୟିକ, ସେବିକା ତାଲିମ, ଧନ୍ଦାମୂଳକ ଓ ବହୁମୁଖୀ ବୈଷୟିକ ଶିକ୍ଷା ଆଦି ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି, ଯାହାର ତଥ୍ୟ ଜାତୀୟ ଶିକ୍ଷା ତଥ୍ୟ ପୋର୍ଟାଲରେ ସଂଗ୍ରହ ହେଉନଥିବାରୁ ଉଚ୍ଚ ମାଧ୍ୟମିକସ୍ତରକୁ ଉତ୍ତୀର୍ଣ୍ଣ ହେବାର ହାର କମ୍ ଦେଖାଉଛି।

ତଥାପି ବର୍ତ୍ତମାନର ସରକାର ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ 'ଆସ ସ୍କୁଲ ଯିବା' ଅଭିଯାନ, ଶିଶୁ ତଦାରଖ ସର୍ବେକ୍ଷଣ, ପ୍ରବେଶ ଉତ୍ସବ, ଶିକ୍ଷା ସଚେତନତା ରଥ ଏବଂ ପ୍ରତି ତିନି ମାସରେ ଅଭିଭାବକ-ଶିକ୍ଷକ ସଭା ଭଳି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ, ପାଠ୍ୟପୁସ୍ତକ, ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ, ପରିବହନ ଭତ୍ତା, ମଧ୍ୟାହ୍ନ ଭୋଜନ ସହ ବାଳିକାଙ୍କ ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆବାସିକ ଗୃହ ଓ ଜନଜାତି ପିଲାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅନ୍ତର୍ଗତ ଛାତ୍ରାବାସର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଓ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ, ଗତ ସରକାର କେବଳ ବିଦ୍ୟାଳୟଗୁଡ଼ିକସ୍ତର ଉନ୍ନୀତ କରିଥିଲେ ହେଲେ ଉନ୍ନତିକରଣ ପାଇଁ ଟଙ୍କା ଦେଇ ନଥିଲେ ଓ ଠିକା ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ଦେଉଥିଲେ।

କିନ୍ତୁ ନୂଆ ସରକାର ଆସିବା ପରେ ଶିକ୍ଷା ବିଭାଗରେ ସର୍ବାଧିକ ପଦବୀ ପୂରଣ ହୋଇଛି। ସରକାର ଏପର୍ଯ୍ୟନ୍ତ ୨୮୬୯୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇସାରିଥିବାବେଳେ ଆଗାମୀ ଦିନରେ ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି ଦେବା ସହ ଶିକ୍ଷକମାନଙ୍କୁ ପଦୋନ୍ନତି ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଗୃହରେ ସୂଚନା ଦେଇଛନ୍ତି।
📲Get App