🔥 TRENDING Bisleri pulls West Bengal water batch... INDIA Alliance Holds Press Conference... Bisleri requests FSSAI review of West... Bihar, UP and Haryana Record Over 12%... सिकंदराराऊ मंडी के पास अज्ञात बोलेरो न... जिला अधिकारी ने बलिया में छात्र अनशन स...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ ଶିକ୍ଷାର୍ଥୀ, ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍

✍️ Reporter: Deepak Mahapatra 🗓 28 Nov 2026, 02:45 PM 👁 19
Share: 💬 WhatsApp 📘 Facebook 𝕏 Post
କ୍ୟାମେରାରେ କଏଦ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣାର ଛାତିଥରା ଦୃଶ୍ୟ। ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିବା ଶିକ୍ଷାର୍ଥୀଙ୍କ ଉପରେ ମାଡ଼ି ଯାଇଛି ଗୋଟିଏ ଦ୍ରୁତଗାମୀ ଟ୍ରକ। ଏଥିରେ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ଗୁରୁତର ହୋଇଛନ୍ତି।

ପୁଣେ ସ୍ଥିତ ଗୋଟିଏ ବସ୍‌ ଷ୍ଟାଣ୍ଡରେ ଘଟିଥିଲା ଏହି ଘଟଣାର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଟ୍ରକଟି ଦ୍ରୁତଗତିରେ ଆସିବା ସହ ଭାରସାମ୍ୟ ହରାଇ କେମିତି ଶିକ୍ଷାର୍ଥୀମାନଙ୍କୁ ଧକ୍କା ଦେଉଛି, ସେସବୁ କିଛି ସିସିଟିଭିରେ ଦେଖିବାକୁ ମିଳୁଛି।

ସିସିଟିଭି ଫୁଟେଜ ଅନୁଯାୟୀ, ଗୋଟିଏ ଧଳା ରଙ୍ଗର ଟ୍ରକ ଦ୍ରୁତଗତିରେ ଆସୁଛି ଓ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି। ଅତିକ୍ରମ କରିବା ପାଇଁ ଟ୍ରକର ଡ୍ରାଇଭର ବାମ ପଟକୁ ଗାଡ଼ି ନେବେ କ୍ଷଣି ଏହା ଭାରସାମ୍ୟ ହରାଇବା ସହ ବସ୍‌ ଷ୍ଟପରେ ଛିଡ଼ା ହୋଇଥିବା ପିଲାଙ୍କ ଉପରେ ମାଡ଼ି ଯାଉଛି।

ବସ୍‌ ଷ୍ଟାଣ୍ଡ ଓ ପିଲାଙ୍କୁ ଧକ୍କା ଦେବା ପରେ ଟ୍ରକଟି ନ ଅଟକି ଆଗକୁ ମାଡ଼ି ଯାଇଥିଲା। ଏହି ସମୟରେ ଟ୍ରକ ସାଇଡ୍‌ରେ ଯାଉଥିବା ଗୋଟିଏ ଅଟୋ ମଧ୍ୟ ଭାରସାମ୍ୟ ହରାଇଥିଲା। ଅଟୋଟି ଭାରସାମ୍ୟ ହରାଇ ଗୋଟିଏ କାର୍‌ରେ ପିଟି ହେବାକୁ ଯାଉଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଛି। କାର ଚାଳକ ମଧ୍ୟ ଠିକଣା ସମୟରେ ବ୍ରେକ ଲଗାଇବାରୁ ଆଉ ଏକ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି।
📲Get App