🔥 TRENDING फतेहगढ़ में नई प्रधान बनी उमा राठौड़ Anand Mohan Blasts Police, Post‑Mortem... Indore SDM Babu charged with ₹2.5 lakh... Truck crash on Vidisha Road, Ashoknaga... ਬਲੈਂਕਟ ਬੰਦ ਦੀ ਘਟਨਾ राज्य कक्षा के मंत्री कौशिक वेकरिया का...
27 Nov 2026•
ગુજરાતી मराठी ਪੰਜਾਬੀ বাংলা

ନୀଳଗିରି ମହିଳା ମହାବିଦ୍ୟାଳୟରେ ‘ସମ୍ବିଧାନ ଗୌରବ ଦିବସ’ ପାଳିତ: ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

✍️ Reporter: Abhijit Patra 🗓 27 Nov 2026, 07:20 PM 👁 22
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ନୀଳଗିରି (ବାଲେଶ୍ୱର), ୨୭ ନଭେମ୍ବର: ନୀଳଗିରି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଗତକାଲି ‘ସମ୍ବିଧାନ ଗୌରବ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କରିଥିଲେ।

ନିଜ ଅଭିଭାଷଣରେ ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ଭାରତୀୟ ସମ୍ବିଧାନ ହେଉଛି ଆମ ଗଣତନ୍ତ୍ରର ମୂଳ ଆଧାର ଏବଂ ଜାତୀୟ ଏକତା, ଅଖଣ୍ଡତା, ନ୍ୟାୟ, ସ୍ୱାଧୀନତା ଓ ସମାନତାର ମହାନ ପ୍ରତୀକ। ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଓ ଦୂରଦର୍ଶୀ ଚିନ୍ତାଧାରାକୁ ସ୍ମରଣ କରିବା ସହିତ ସମ୍ବିଧାନର ମୂଲ୍ୟବୋଧକୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଆତ୍ମସାତ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ନାଗରିକ କର୍ତ୍ତବ୍ୟବୋଧ ଏବଂ ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଲୋଚନା ଚକ୍ରରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ, ସମ୍ବିଧାନର ଆଦର୍ଶ ଓ ମୂଲ୍ୟବୋଧକୁ ପାଥେୟ କରି ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଭାରତ ଗଠନରେ ନିଜ ନିଜର ଯୋଗଦାନ ରଖିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
📲Get App