🔥 TRENDING મટોડા માં ઘરમાંથી કોડેઈનવાળી કફ સિરપની... गांव हारनी खुर्द में श्री अखंड पाठ साह... Kashmir Experiences Sub‑Zero Temperatu... CineInfinity publishes advance booking... Ramayana Sets Record for Lowest Single... From Quilt Worker to AICC Secretary: Y...
26 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ତହସିଲଦାରଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା ଉଦ୍ୟମ

✍️ Reporter: Deepak Mahapatra 🗓 26 Nov 2026, 01:24 PM 👁 20
Share: 💬 WhatsApp 📘 Facebook 𝕏 Post
ଚୋରା ମୋରମ ଚାଲାଣ ଗାଡ଼ି ଯାଞ୍ଚ କରିବାକୁ ଯାଇଥିବା ତହସିଲଦାରଙ୍କୁ ଟ୍ରାକ୍ଟର ମଡ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଦେବଶୋଳ ପଞ୍ଚାୟତର ବାଛୁରିପାଳ ଛକ ନିକଟରେ ଘଟିଛି ଏହି ଘଟଣା।

ରାସଗୋବିନ୍ଦପୁର ତହସିଲଦାର ଉପେନ୍ଦ୍ର କୁମାର ଦାସ କାର୍ଯ୍ୟ ସମାପ୍ତ କରି ତାଙ୍କ କାର୍ଯ୍ୟାଳୟରୁ ବାରିପଦା ଅଭିମୁଖେ ଯାଉଥିବା ସମୟରେ ବାଛୁରିପାଳ ଛକ ନିକଟରେ ଏକ ମୋରମ ବୋଝେଇ ଟ୍ରାକ୍ଟରକୁ ଦେଖିଥିଲେ। ଟ୍ରାକ୍ଟର ଚାଳକ ମଧ୍ୟ ତହସିଲଦାରଙ୍କ ଗାଡ଼ିକୁ ଦେଖିଥିଲେ। ଟ୍ରାକ୍ଟର ଚାଳକ ଅତର୍କିତ ଭାବେ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ମାରି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପୁନର୍ବାର ୨ରୁ ୩ ଥର ଏଭଳି ଆକ୍ରମଣ ଉଦ୍ୟମ କରାଯାଇଥିଲା ବୋଲି ତହସିଲଦାର ଅଭିଯୋଗ କରିଛନ୍ତି। ତହସିଲଦାର କହିଛନ୍ତି ଯେ ଟ୍ରାକ୍ଟର ଡ୍ରାଇଭରଙ୍କ ଆକ୍ରମଣ ଶୈଳୀରୁ ଜଣାପଡ଼ୁଥିଲା ଯେ ସେ ତାଙ୍କୁ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ କରୁଥିଲା।
ଏହା ପରେ ହସିଲଦାର ରାସଗୋବିନ୍ଦପୁର ଥାନାକୁ ଯୋଗାଯୋଗ କରିଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୋରାମ ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲା। ଟ୍ରାକ୍ଟର ଚାଳକ ଚାନ୍ଧୁ ବାସ୍କେଙ୍କୁ ଥାନାରେ ଅଟକ ରଖାଯାଇଛି। ଡ୍ରାଇଭର ଜଣକ ସ୍ଥାନୀୟ ଅଞ୍ଚଳର ଏବଂ ସେ ନିଶାଗ୍ରସ୍ତ ଥିବା ଜଣାପଡିଛି।
📲Get App