🔥 TRENDING खरगोन के माहेश्वर में निमाड़ उत्सव में... ମୋହନ ମାଝୀଙ୍କୁ କେବଳ ଦସ୍ତଖତ କରିବା ପାଇଁ ର... एन आई कि टीम पहुंची मधुबनी ଧାନ କିଣାରେ ନୂଆ ରେକର୍ଡ, ଚାଷୀଙ୍କୁ ମିଳିଛି... हत्या के विरोध में फूटा ग्रामीणों का ग़... Panaji Prepares to Host 57th Internati...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଶିଶୁକୁ ଜଙ୍ଗଲୀଜନ୍ତୁ ଟାଣିନେବା ଘଟଣା; ୨୦ ଘଣ୍ଟା ପରେ ଜଙ୍ଗଲରୁ ମିଳିଲା ମୃତଦେହ

✍️ Reporter: Deepak Mahapatra 🗓 25 Nov 2026, 03:22 PM 👁 18
Share: 💬 WhatsApp 📘 Facebook 𝕏 Post
ନବରଙ୍ଗପୁର : ନିଖୋଜ ହୋଇଯାଇଥିବା ଦୁଇ ବର୍ଷର ଶିଶୁକନ୍ୟାର ମିଳିଲା କ୍ଷତବିକ୍ଷତ ମୃତଦେହ। ଦୀର୍ଘ ୧୯ରୁ ୨୦ ଘଣ୍ଟାର ଅକ୍ଳାନ୍ତ ଖୋଜାଖୋଜି ପରେ ଘରଠାରୁ ମାତ୍ର ୫୦୦ ମିଟର ଦୂର ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁର ମୃତଦେହ। କଲରାପତରିଆ ବାଘ ଆକ୍ରମଣରେ ଶିଶୁଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରୁଛି। ତେବେ ଏହି ହୃଦୟବିଦାରକ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ଅନ୍ତର୍ଗତ ଚଡ଼ିଆପଡ଼ା ଗ୍ରାମରେ ସୋମବାର ସନ୍ଧ୍ୟାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଗ୍ରାମର ଦୁଇ ବର୍ଷର ଶିଶୁକନ୍ୟା ଘର ଅଗଣାରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। କୌଣସି ହିଂସ୍ର ଜଙ୍ଗଲୀ ଜନ୍ତୁ ଶିଶୁଟିକୁ ଝାମ୍ପି ନେଇଥିବା ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହ କରି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରାଇଘର ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାତି ତମାମ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ। ଶିଶୁଟିର ସନ୍ଧାନ ପାଇଁ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ ବନ ବିଭାଗର ସ୍ୱତନ୍ତ୍ର ସନ୍ଧାନୀ କୁକୁର ଦଳକୁ ମଧ୍ୟ ନିୟୋଜିତ କରାଯାଇଥିଲା। ଦୀର୍ଘ ୧୯ରୁ ୨୦ ଘଣ୍ଟାର ଅପରେସନ୍ ପରେ ମଙ୍ଗଳବାର ଅପରାହ୍ନରେ ଘରଠାରୁ ପ୍ରାୟ ୫୦୦ ମିଟର ଦୂର ଚଡ଼ିଆପଡ଼ା ଜଙ୍ଗଲରୁ ଶିଶୁଟିର ଖଣ୍ଡବିଖଣ୍ଡିତ ଓ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହରେ ଥିବା କ୍ଷତଚିହ୍ନ ଓ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି କଲରାପତରିଆ ବାଘ ଆକ୍ରମଣରେ ଶିଶୁଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ପୋଲିସ ଓ ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଓ ବିସ୍ତୃତ ତଦନ୍ତ ପରେ ହିଁ ଶିଶୁଟିର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
📲Get App