Local
କଟକ ବାଲିଯାତ୍ରାରେ ଡ୍ରୋନ୍ ଉଡ଼ାଇ ଯୁବକ ଅଟକ , ତଦନ୍ତ ଆରମ୍ଭ କଲା ପୋଲିସ୍
କଟକ : ଐତିହାସିକ କଟକ ବାଲିଯାତ୍ରା ପରିସରରେ ଡ୍ରୋନ୍ ଉଡ଼ାଇବା ଅଭିଯୋଗରେ ଜଣେ ଯୁବକଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଅଟକ ରଖିଛି। ବାଲିଯାତ୍ରା ପଡ଼ିଆରେ ଡ୍ରୋନ୍ ଉଡ଼ାଣ କରୁଥିବା ବେଳେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ଡ୍ରୋନ୍ ଜବତ କରିଛି।
ଜନସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ VVIP ଓ VIPଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ପଡ଼ିଆ (ତଳ ଓ ଉପର ପଡ଼ିଆ) ଏବଂ ଏହାର ଆଖପାଖ ୫ କିଲୋମିଟର ପରିଧିକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା କରିଛି। ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ବଳବତ୍ତର ରହିଛି।
ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ନୋ-ଡ୍ରୋନ୍ ଜୋନ୍ ଅଞ୍ଚଳ ମଧ୍ୟରେ ପାରା ଗ୍ଲାଇଡର୍, ପାରା ମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ମନୁଷ୍ୟରହିତ ବାୟବୀୟ ଯାନ (ୟୁଏଭି) ଏବଂ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନିର୍ଦ୍ଧାରିତ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଉପକରଣ ବ୍ୟବହାର କରିବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥାମାନେ ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି। ଯେଉଁମାନେ ବିନାନୁମତିରେ ଡ୍ରୋନ୍ ଆଦି ଉଡ଼ାଇବେ ସେମାନଙ୍କ ଡ୍ରୋନ୍ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ମହାମହିମ ରାଷ୍ଟ୍ରପତି ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ୍ କରିବେ । ମହାମହିମଙ୍କ ଗସ୍ତରେ ସୁରକ୍ଷାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରପତି ପଡ଼ିଆରେ ଉପସ୍ଥିତ ରହିବା ସମୟରେ ପ୍ରାୟ ୧୦୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ସେହିପରି ପ୍ରାୟ ୧ ହଜାର ଅଧିକାରୀ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ।