🔥 TRENDING କଟକ ବାଲିଯାତ୍ରାରେ ଡ୍ରୋନ୍ ଉଡ଼ାଇ ଯୁବକ ଅଟକ... ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ... સાંતલપુર ખાતે આર્મીના જવાનોનું ત્રણ જે... BJP and Shiromani Akali Dal to Hold Jo... Amandeep's Century Steers Chhattisgarh... ପ୍ରବଚକ ଶରଣାବିନ୍ଦ ଓଝା ଗିରଫ
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପିଟି ଦେଇ ପଳାଇଲା ଅଜଣା ଗାଡ଼ି; ୩୦ ମିଟର ଦୂରରୁ ମିଳିଲା ବାପାଙ୍କ କଟା ଗୋଡ଼, ୩ ବର୍ଷର ପୁଅ ବି ଗୁରୁତର

✍️ Reporter: Deepak Mahapatra 🗓 24 Nov 2026, 02:27 PM 👁 19
Share: 💬 WhatsApp 📘 Facebook 𝕏 Post
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୁଣ୍ଠାପାଯୁ ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ ଓ ତାଙ୍କର ୩ ବର୍ଷର ପୁଅ। ଯୁବକଙ୍କ ଡାହାଣ ଗୋଡ଼ଟି ପୂରା କଟି ଯାଇଛି। ଆଣ୍ଠୁ ତଳକୁ ଗୋଡ଼ଟି କଟି ଯାଇଛି। ପ୍ରାୟ ୩୦ ମିଟର ଦୂରରେ ରାସ୍ତାକଡ଼ରେ ପଡ଼ିଥିଲା କଟା ଗୋଡ଼।

ସୂଚନା ଅନୁସାରେ, ପଙ୍କୁଆ ଗ୍ରାମର ମନୋଜ ନାଏକ ତାଙ୍କର ୩ ବର୍ଷର ପୁଅକୁ ନେଇ ସାକେଣୀ ବଜାରକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ରାସ୍ତାରେ ଗୁଣ୍ଠାପାଯୁ ଛକ ନିକଟରେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମନୋଜଙ୍କ ଡାହାଣ ଗୋଡ଼ଟି ସଂପୂର୍ଣ୍ଣ କଟି ଯାଇଛି।
ସ୍ଥାନୀୟ ଲୋକେ ବାପ-ପୁଅଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟରେ ଦଶପଲ୍ଲା ମେଡିକାଲକୁ ପଠାଇଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ପ୍ରୟାସ କରୁଛି ପୁଲିସ।
📲Get App