🔥 TRENDING બી.એન.ટ્રસ્ટ ના તથાકથિત આક્ષેપો નો રદી... Sunrise Festival 2.0 to Kick Off New Y... China pushes ahead with $168 billion m... 69 Former Bureaucrats Call for Cancell... ଭାମିନୀ ବଂଶଧାରା ନଦୀ କୂଳରେ ଦ୍ବିତୀୟ ଭାରତ... டெங்கு காய்ச்சலால் பிரீத்தி செவிலியர்...
24 Nov 2026•
ગુજરાતી मराठी ਪੰਜਾਬੀ বাংলা

ଭାମିନୀ ବଂଶଧାରା ନଦୀ କୂଳରେ ଦ୍ବିତୀୟ ଭାରତ ସଂରକ୍ଷିତ ବାହିନୀ ପକ୍ଷରୁ ନିଆରା ବୋଇତ ବନ୍ଦାଣ ଉତ୍ସବ।

✍️ Reporter: Suresh Ch Rath 🗓 24 Nov 2026, 11:44 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର: (୨୪/୧୧) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭାମିନୀସ୍ଥିତ ଦ୍ୱିତୀୟ ଭାରତ ସଂରକ୍ଷିତ ବାହିନୀ (୨ୟ ଆଇଆର୍‌ବିଏନ୍‌) ପକ୍ଷରୁ ଭାମିନୀ ବଂଶଧାରା ନଦୀ କୂଳରେ ଏକ ନିଆରା ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥିଲା। ବାହିନୀର ମୁଖ୍ୟ କମାଣ୍ଡେଣ୍ଟଙ୍କ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପରମ୍ପରା ଓ ଗୌରବମୟ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଗୁଣୁପୁର ଉପଜିଲ୍ଲାପାଳ ଶ୍ରୀ ଦୁଦାଲ ଅଭିଷେକ ଦିଲୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା ଜିଆଇଟିର ଉପସଭାପତି ଶ୍ରୀ ଚନ୍ଦ୍ରଧ୍ୱଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ଓଡ଼ିଶାର ପ୍ରାଚୀନ କାଳର ବୋଇତ ବନ୍ଦାଣ ପରମ୍ପରା, ସାଧବପୁଅଙ୍କ ସାହସିକ ସମୁଦ୍ରଯାତ୍ରା ଏବଂ ଓଡ଼ିଆ ଜାତିର ବାଣିଜ୍ୟିକ ଐତିହ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅତିଥିମାନଙ୍କୁ ସାଧବପୁଅ ବେଶରେ ସଜ୍ଜିତ କରାଯାଇ ପାରମ୍ପରିକ ରୀତିନୀତିରେ ବନ୍ଦାପନା କରାଯାଇଥିଲା। ଏଥିସହ ଅତିଥିମାନେ ବୋଇତ ବିହାର କରିଥିଲେ। ଏହି ଦୃଶ୍ୟ ଉତ୍ସବରେ ଏକ ଭିନ୍ନ ଆକର୍ଷଣ ସୃଷ୍ଟି କରିଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଣୁପୁରର ନୃତ୍ୟଶ୍ରୀ କଳାକେନ୍ଦ୍ର ପକ୍ଷରୁ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କୁନି କୁନି ନୃତ୍ୟଶିଳ୍ପୀମାନେ ନିଜର ନୃତ୍ୟକଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିବା କୁନି କୁନି ନୃତ୍ୟଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।
ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ସହ ସାଂସ୍କୃତିକ ଏକତାର ବାର୍ତ୍ତା ଦେଇଥିଲା ଏହି ବୋଇତ ବନ୍ଦାଣ ଉତ୍ସବ।
📲Get App