🔥 TRENDING कानपुर देहात के सिकंदरा में किन्नर सम... મુખ્યમંત્રી ભુપેન્દ્રભાઈ પટેલે અર્બુદા... ದೋಹಾದಲ್ಲಿ ಭಾರತ 'A' ಸೆಮಿಫೈನಲ್ ಗೆ ಹಾದಿ:... गोपालगंज में एसडीएम डॉ. प्रेरणा सिंह क... ರವಿ ಚಂದ್ರನ್ ಅಶ್ವಿನ್ ವೆಲ್ಲಿಂಗ್ಟನ್ ಟೆಸ್ಟ... सड़क हादसा
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘରେ ପଶି ମାଡ଼ମାରି ନେଇଗଲେ ସୁନାଗହଣା ଓ ନଗଦ ୫୦ ହଜାର ଟଙ୍କା

✍️ Reporter: Deepak Mahapatra 🗓 24 Nov 2026, 01:42 PM 👁 20
Share: 💬 WhatsApp 📘 Facebook 𝕏 Post
ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବଡ଼ଧରଣର ଡକାୟତି ହୋଇଛି। ଘରେ ପଶି ଜଣେ ମହିଳା ଓ ତାଙ୍କ ବାପାଙ୍କୁ ମାଡ଼ ମାରି ପାଞ୍ଚ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛ l


ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମର ୧୩ ନମ୍ବର ୱାର୍ଡରେ ସୁଶ୍ରୀ ସଙ୍ଗୀତା ପଲେଇ ତାଙ୍କ ବାପା ସୁଶୀଲ ପଲେଇ ଓ ଛୋଟ ଝିଅଙ୍କ ସହ ରହନ୍ତି। ଗତକାଲି ରାତିରେ ସେମାନେ ଖାଇପିଇ ଶୋଇବାକୁ ଯାଉଥିବା ସମୟରେ ହଠାତ୍ ପାଞ୍ଚ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ। ମୁହଁରେ କପଡ଼ା ବାନ୍ଧିଥିବା ଦୁର୍ବୃତ୍ତମାନେ ସଙ୍ଗୀତା ଓ ତାଙ୍କ ବାପାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ।

ସଙ୍ଗୀତା ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଆଲମିରା ଚାବି ମାଗି ନେଇଥିଲେ। ସେମାନେ ଆଲମିରାରୁ ନଗଦ ୫୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଯାଇଥିଲେ।

ଅନନ୍ତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କର ପତ୍ତା ମିଳିପାରିନାହିଁ।
📲Get App