Crime
ରେଷ୍ଟୁରାଣ୍ଟରେ ଓଡ଼ିଆ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ, ୪ ଅଟକ
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଜଣେ ଓଡ଼ିଆ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଚିହ୍ନଟ କରି ଅଟକ ରଖିଛି ଚନ୍ଦ୍ରଶେଖର ଥାନା ପୁଲିସ। ଏହା ସହିତ ଅଭିନେତ୍ରୀଙ୍କୁ ବୟାନ ରେକର୍ଡ କରିବାକୁ ଅନୁରୋଧ କରିଛି ପୁଲିସ।
ଅଭିନେତ୍ରୀ ଜଣଙ୍କ ନିଜେ ସୋଶାଲ ମିଡ଼ିଆରେ ଏହି ଘଟଣା ବିଷୟରେ ପୋଷ୍ଟ କରିଥିଲେ। ଶନିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ସେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଟେଲି ଅଭିନେତ୍ରୀ ଜଣଙ୍କ ସୋଶାଲ ମିଡିଆରେ ଲେଖିଥିଲେ ଯେ ଭୁବନେଶ୍ୱରର ରୋମିଓ ଲେନ୍ରେ ତାଙ୍କୁ ଅସଦାଚରଣ କରାଯାଇଛି। କିଛି ଯୁବକ ତାଙ୍କ ସହିତ ଅନୁଚିତ ବ୍ୟବହାର କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ସେଠରେ ଉପସ୍ଥିତ ବାଉନ୍ସର ଏବଂ ପରିଚାଳନା କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ ନକରି ନୀରବଦ୍ରଷ୍ଟା ସାଜିଥିଲେ।
ଏନେଇ ଏକ ଏଫ୍ଆଇଆର୍ (FIR) ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଏବଂ ଉକ୍ତ ବାର୍ ଓ ରେଷ୍ଟୁରାଣ୍ଟର ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।
ଟେଲି ଅଭିନେତ୍ରୀ ଜଣଙ୍କ ସୋଶାଲ ମିଡିଆ ଆହୁରି ଲେଖିଥିଲେ ଯେ ଯେଉଁ ପ୍ରତିଷ୍ଠାନଗୁଡ଼ିକ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ବିଫଳ ହୁଅନ୍ତି ଏବଂ ସେମାନଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିବାକୁ ଦିଅନ୍ତି, ସେଗୁଡ଼ିକୁ ତୁରନ୍ତ ବନ୍ଦ କରିଦିଆଯିବା ଉଚିତ। ଜନସାଧାରଣଙ୍କ ସୁରକ୍ଷା କୌଣସି ବିକଳ୍ପ ନୁହେଁ, ଏବଂ ଏଭଳି ଅବହେଳାର ପରିଣାମ ନିଶ୍ଚିତ ଭାବରେ ମିଳିବା ଉଚିତ।
ରେଷ୍ଣୁରାଣ୍ଟର ମ୍ୟାନେଜର କହିଥିଲେ ଯେ ଉକ୍ତ ଅଭିନେତ୍ରୀଙ୍କୁ କେହି ଅସଦାଚରଣ କି ଅଶ୍ଲୀଳ ଇଙ୍ଗିତ କରି ନାହାନ୍ତି। ସମସ୍ତେ ବସି ଖାଉ ଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ କେବଳ ଯୁକ୍ତିତର୍କ ହୋଇଥିଲା। ବାଉନ୍ସରମାନେ ଯାହା କରିବା କଥା କରିଥିଲେ।