🔥 TRENDING ପୁରୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ, ଜଳାଶ... FLC EXERCISE CONCLUDES IN THOUBAL ଆଜି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମ... କଟକ ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପ... ଭଞ୍ଜନଗର କୁଲାଡ଼ ଗାଁରେ ଘରେ ପଶି ୧୫ ଭରି ସୁ... ପୀତବାସ ପଣ୍ଡାଙ୍କ ସାନ ଭାଇ ପୂର୍ଣ୍ଣଚନ୍ଦ୍ରଙ...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କଟକ ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

✍️ Reporter: Laxminandan Satpathy 🗓 24 Nov 2026, 03:52 PM 👁 21
Share: 💬 WhatsApp 📘 Facebook 𝕏 Post

ଆଜିଠାରୁ ମହାନଦୀ କୂଳରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଏହି ମହାସମାରୋହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ।

ଆଜିଠାରୁ ମହାନଦୀ କୂଳରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହି ବର୍ଷର ବାଲିଯାତ୍ରାକୁ ଦେଶର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ। ଏହି ଅବସରରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ମଧ୍ୟ ଯୋଗଦେବେ।

ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ପୁନର୍ଜୀବିତ କରିବା ଏହି ମେଳାର ମୁଖ୍ୟ ଲକ୍ଷ୍ୟ। ଏସିଆ ମହାଦେଶର ସର୍ବବୃହତ୍‌ ମୁକ୍ତାକାଶ ମେଳା ଭାବେ ପରିଚିତ କଟକ ବାଲିଯାତ୍ରା ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଆକର୍ଷଣ ପାଲଟିଥାଏ।

ଚଳିତ ବର୍ଷ ମେଳାରେ ଉଭୟ ତଳ ଓ ଉପର ପଡ଼ିଆରେ ୨ ହଜାରରୁ ଅଧିକ ଷ୍ଟଲ୍‌ ଖୋଲିବ। ଏଥର 'କଟକ ଇନ୍‌ କଟକ' ଏହି ମେଳାର ମୁଖ୍ୟ ଆକର୍ଷଣ ହେବ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।
📲Get App