🔥 TRENDING स्किल इंडिया बनाम जमीनी अनुभव: एक ही क... *परीक्षा में सफलता की मंगलकामना के साथ... भव्य जैन भागवती दीक्षा महोत्सव 2027 মাঝরাতে ভয়াবহ অগ্নিকাণ্ড! শর্ট সার্কি... शाहजहांपुर में पुलिस झंडा दिवस पर SP न... वणधर-बरेठा में नई सरपंच अल्का कंवर ने...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ଖୋଲିଲା ଭିତରକନିକା

✍️ Reporter: Deepak Mahapatra 🗓 23 Nov 2026, 01:06 PM 👁 24
Share: 💬 WhatsApp 📘 Facebook 𝕏 Post
ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବାତ୍ୟା ଅକୱାନ ପାଇଁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ଦିନ (୧୯,୨୦ ଓ ୨୧ ତାରିଖ) ଧରି ଭିତରକନିକା ବନ୍ଦ ରହିଥିଲା।


ରାତ୍ରି ଯାପନ ପାଇଁ ସମସ୍ତ ଅନଲାଇନ ବୁକିଂ ବାତିଲ କରିଦିଆଯାଇଥିଲା। ବାତ୍ୟା ସମୟରେ ଭିତରକନିକାରେ ନୌକାଯାତ୍ରା କରିବା ଏବଂ ପରିଭ୍ରମଣ କରିବା ବିପଦଜନକ ଥିବାରୁ ବନବିଭାଗ ଏହାକୁ ବନ୍ଦ ରଖିଥିଲା।
ବାତ୍ୟା ଯିବା ପରେ ଓ ପାଣିପାଗ ସ୍ଥିର ହେବା ପରେ ଆଜି ଠାରୁ ପର୍ଯ୍ୟଟକମାନେ ଭିତରକନିକାକୁ ବୁଲିବାକୁ ଆସି ପାରିବେ। ରାତ୍ରି ଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନରେ କଟେଜ ବୁକିଂ ମଧ୍ୟ କରିପାରିବେ। ପୂର୍ବରୁ ଯାହା ଯେମିତି ଚାଲିଥିଲା ସେମିତି ପୁଣି ଚାଲିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
📲Get App