🔥 ट्रेंडिंग ਬਦਲ ਗਿਆ ਇਸ ਸੂਬੇ ਦਾ ਨਾਂ ! CM ਅਧਿਕਾਰੀ ਨੇ... बोदोलैंड लॉटरी के 23 नवंबर 2026 के परि... मजुली में शुरू हुआ रास महोत्सव, असम की... असम ने ‘अतिथि देवो भव’ अभियान शुरू किय... डॉ. निकेता पटेल की अचानक कार्डियक अरेस... भगवान बिरसा मुंडा लोकप्रिय ग्रामीण एवं...
23 नव. 2026•
ગુજરાતી मराठी ਪੰਜਾਬੀ বাংলা

ମଙ୍ଗଳ ବିଭାଗ ହାଇସ୍କୁଲକୁ ଯୁକ୍ତ ଦୁଇ ସ୍ତରକୁ ଉନ୍ନୀତ କରିବାକୁ ବିଧାନସଭାରେ ଦାବି ଉଠାଇଲେ ବିଧାୟକ ନରସିଂହ ମାଡ଼କାମି

✍️ रिपोर्टर: Sukumar Mandal 🗓 23 नव. 2026, 10:30 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୩ ନଭେମ୍ବର : ଆଦିବାସୀ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ବିକାଶ ଓ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହାଇସ୍କୁଲଗୁଡ଼ିକୁ ଯୁକ୍ତ ଦୁଇ ସ୍ତରକୁ ଉନ୍ନୀତ କରିବା ପାଇଁ ଓଡ଼ିଶା ବିଧାନସଭାରେ ଦାବି ଉଠାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି।

ବିଧାନସଭାର ଶୂନ୍ୟକାଳରେ ବାଚସ୍ପତିଙ୍କ ଜରିଆରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଧାୟକ ଏହି ଦାବି ଉପସ୍ଥାପନ କରିଥିଲେ। ମଙ୍ଗଳ ବିଭାଗ ଅଧୀନରେ ଥିବା ହାଇସ୍କୁଲଗୁଡ଼ିକୁ ଯୁକ୍ତ ଦୁଇ ସ୍ତରକୁ ଉନ୍ନୀତ କରାଗଲେ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ରହି ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇପାରିବେ ବୋଲି ସେ ମତ ରଖିଥିଲେ।

ବର୍ତ୍ତମାନ ଉଚ୍ଚଶିକ୍ଷା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିବାରୁ ଅନେକ ଛାତ୍ରଛାତ୍ରୀ ଆର୍ଥିକ ଓ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ କେତେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ମଧ୍ୟ ରହୁଛି। ତେଣୁ ମଙ୍ଗଳ ବିଭାଗ ହାଇସ୍କୁଲଗୁଡ଼ିକରେ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେଲେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ଅଧିକ ସହଜ ହେବା ସହ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବ।

ବିଧାୟକଙ୍କ ଏହି ଦାବିକୁ ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରସାର ଓ ଗୁଣାତ୍ମକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଏହା କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ। ବିଧାୟକ ନରସିଂହ ମାଡ଼କାମିଙ୍କ ଏହି ଉଦ୍ୟମକୁ ଶିକ୍ଷାପ୍ରେମୀ ମହଲରେ ସ୍ୱାଗତ କରାଯାଇଛି।
📲Get App