🔥 ट्रेंडिंग ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍‌ଏସିର ଏମ୍‌ଆ... वारिसलीगंज में बस की चपेट में आए युवक... ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ଉପସଭାପତି... ભાવેશકુમાર સુનિલભાઇ પટેલ પર લાંચ કેસ:... बहराइच के सुजौली में तेंदुए के हमले मे... लखनऊ में एयर रेड और ब्लैक आउट मॉक एक्स...
23 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଭିଜିଲାନ୍ସ ପଞ୍ଝାରେ ରାଜ୍ୟରେ ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ

✍️ रिपोर्टर: Deepak Mahapatra 🗓 23 नव. 2026, 04:33 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ଲାଞ୍ଚ ଖିଆ ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଗତ ଅଢେଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଫସିଛନ୍ତି । ଏ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ତଥ୍ୟ ଅନୁସାରେ, ୧୨ ଜୁନ ୨୦୨୪ ଠାରୁ ୧୫ ନଭେମ୍ବର ୨୦୨୬ ମଧ୍ୟରେ ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଫନ୍ଦି ମାମଲା ଓ ୧୪୭ଟି ଅର୍ଥ ତୋଷାରପାତ ମାମଲାରେ ମୋଟ ୭୦୬ ଜଣଙ୍କ ବିରୁଦ୍ଧରେ ରୁଜୁ କରିଛି । ତନ୍ମଧ୍ୟରୁ ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧୪ ଦ୍ଵିତୀୟ ଶ୍ରେଣୀ ଅଧିକାରୀ, ୩୮୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ୫୯ ଜଣ ଅନ୍ୟ ଲୋକ ସେବକ ସମ୍ପୃକ୍ତ ଅଛନ୍ତି । ସମୁଦାୟ ୫୨୫ ଗୋଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରୁ ୨୪୬ ଜଣ ସରକାରୀ ଅଧିକାରୀ/କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
📲Get App