🔥 TRENDING Security Review Meeting Held at PCR Ka... Dry spell persists in Kashmir as tempe... Union Minister Kiren Rijiju Inaugurate... Elderly Women Targeted in Kalyanpur Fr... ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେଲା ବାବାଙ... बड़ागांव से बगाज माता मंदिर तक पैदल चु...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଚାକିରିରୁ ନିଲମ୍ବିତ ବିଦ୍ୟାଭାରତୀ ପଣ୍ଡା

✍️ Reporter: Deepak Mahapatra 🗓 23 Nov 2026, 04:31 PM 👁 14
Share: 💬 WhatsApp 📘 Facebook 𝕏 Post
ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନଲମ୍ବନ ହୋଇଛନ୍ତି । ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇଆଇସି ଓ ଏସଡିଜେଏମ କୋର୍ଟଙ୍କ ଚିଠି ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଛି । ବିଦ୍ୟାଭାରତୀ କପ୍ତିପଦା ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଲାଇଭଷ୍ଟକ୍ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ ।

ଉଲ୍ଲେଖ ଯୋଗ୍ୟ, ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୧୨ ଜୁଲାଇ, ୨୦୨୧ ରେ ସେ ପ୍ରାଣ ହରାଇଥିଲେ । ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ପାରଳାଖେମୁଣ୍ଡି ଥାନାରେ ହତ୍ୟା ଅଭିଯୋଗ କରିଥିଲେ ।

ଏହି ମାମଲାରେ ୨୭ ଜୁଲାଇ, ୨୦୨୬ ତାରିଖରେ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲେ । ୩୦ ସେପ୍ଟେମ୍ବର, ରୋଷେୟା ମନ୍ମଥ କୁମ୍ଭ ଗିରଫ ହୋଇଥିଲେ । ଏହା ପରେ ଙ୍କୁ ୨୦୨୬ ସେପ୍ଟେମ୍ବର ୩୦ ତାରିଖରେ ପୁଲିସ ତାଙ୍କ ଗ୍ରାମରୁ ଗିରଫ କରିଥିଲା। ଉଭୟ ଏବେ ବି ଜେଲ୍‌ରେ ଅଛନ୍ତି। ଏହା ପରେ ୨ ନଭେମ୍ବରରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି ।
📲Get App