🔥 TRENDING सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... Assam CM extends greetings on Tai Kham... Glass of Stationary Train Shattered at... Armed assailants fire on youths prepar... महाराष्ट्र राज्यव्यापी विशेष सत्यशोधक...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

କୋଟିଆରେ ଆନ୍ଧ୍ର ନିର୍ବାଚନ ଡିସେମ୍ବର ୨କୁ ଘୁଞ୍ଚିଲା

✍️ Reporter: Deepak Mahapatra 🗓 21 Nov 2026, 04:05 PM 👁 20
Share: 💬 WhatsApp 📘 Facebook 𝕏 Post
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆକୁ ନେଇ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଆନ୍ଧ୍ର କରିବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବ ସୂଚନାନୁସାରେ ୨୦୨୬ ନଭେମ୍ବର ୨୯ରେ ନିର୍ବାଚନ ଅନୁଷ୍ଠିତ ନହୋଇ ଡିସେମ୍ବର ହେବ । ନୂଆ ସୂଚୀ ଅନୁସାରେ ଡିସେମ୍ବର ୨ରେ ମତଦାନ ପାଇଁ ଘୋଷଣା ହୋଇଛି । ଏ ନେଇ ଆନ୍ଧ୍ର ତା’ର ପ୍ରସ୍ତୁତି ଜାରି ରଖିଛି ।

କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ଡିସେମ୍ବର ୨ରେ ଭୋଟ୍ ହେବ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ସେହିପରି ଅପରାହ୍ନ ୨ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।

ଏପଟେ ଓଡ଼ିଶା ମଧ୍ୟ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଯୋଜନା କରୁଛି । ପୂର୍ବରୁ ନଭେମ୍ବର ୨୯ରେ କୋଟିଆରେ କୋରାପୁଟ ପରବ ଆୟୋଜନ ପାଇଁ ଯୋଜନା ହୋଇଥିଲା। ଲକ୍ଷ୍ୟ ଥିଲା ପରବ ମାଧ୍ୟମରେ ସୀମାନ୍ତ ଅଞ୍ଚଳର ଲୋକଙ୍କ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ମଜବୁତ କରିବା । ତେବେ କୋଟିଆରେ ଆନ୍ଧ୍ର ନିର୍ବାଚନ ରୋକିବାକୁ ସରକାର ଏଥର କ’ଣ ନୂଆ ପଦକ୍ଷେପ ନେଉଛନ୍ତି ଏବଂ କେତେ ସଫଳ ହେଉଛନ୍ତି ତାହା ଉପରେ ନଜର ରହିଛି ।
📲Get App