🔥 TRENDING सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... Assam CM extends greetings on Tai Kham... Glass of Stationary Train Shattered at... Armed assailants fire on youths prepar... महाराष्ट्र राज्यव्यापी विशेष सत्यशोधक...
21 Nov 2026•
ગુજરાતી मराठी ਪੰਜਾਬੀ বাংলা

ବିଜେପି ନଗର ମଣ୍ଡଳର ମାସିକ ବୈଠକ ଅନୁଷ୍ଠିତ, ଆଗାମୀ ପୌର ନିର୍ବାଚନ ପ୍ରସ୍ତୁତି ଉପରେ ଗୁରୁତ୍ୱ

✍️ Reporter: Sukumar Mandal 🗓 21 Nov 2026, 03:46 PM 👁 20
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର: ମାଲକାନଗିରି ବିଜେପି କାର୍ଯ୍ୟାଳୟଠାରେ ଆଜି ବିଜେପି ନଗର ମଣ୍ଡଳ ପକ୍ଷରୁ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଦିଲ୍ଲୀପ ଦଣ୍ଡପାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା, ବୁଥ୍ ସ୍ତରୀୟ କାର୍ଯ୍ୟକଳାପକୁ ସକ୍ରିୟ କରିବା ଏବଂ ଆଗାମୀ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ ଓ ନବଘନ ଲୋକେଇ ଯୋଗଦେଇଥିଲେ। ସେମାନେ ନିଜ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସହରର ପ୍ରତ୍ୟେକ ୱାର୍ଡର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ଘରେ ଘରେ ପହଞ୍ଚି ଜନସାଧାରଣଙ୍କୁ ଅବଗତ କରାଇବାକୁ ସେମାନେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ନଗର ମଣ୍ଡଳ ପ୍ରଭାରୀ ଭବାନୀ ଶଙ୍କର ମୁଖାର୍ଜୀ, ବିଧାୟକ ପ୍ରତିନିଧି ନିହାର ରାୟଙ୍କ ସମେତ ସାତଟି ମୋର୍ଚ୍ଚାର ସଭାପତି, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ୍ ସଭାପତି, ନଗରରେ ଅବସ୍ଥାପିତ ଜିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀ, ନଗର ମଣ୍ଡଳର ବିଭିନ୍ନ ପଦାଧିକାରୀ ଏବଂ ବହୁ ସଂଖ୍ୟାରେ ବୁଥ୍ ସ୍ତରୀୟ କର୍ମୀ ଯୋଗଦେଇଥିଲେ।
📲Get App