🔥 TRENDING Herbal Remedy for Alcohol Addiction Cl... EOU raids four properties of Bajpatti... Madhya Pradesh High Court Quashes Deva... ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ କଲେ ଅତ... 100‑kg Safe Found in Indore’s Lalbagh... ବାତ୍ୟା ଆଲର୍ଟ: ରାଜ୍ୟର ୮ ଜିଲ୍ଲାରେ ସ୍କୁଲ୍...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଏହି ଜିଲ୍ଲାରେ ୨୩ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

✍️ Reporter: Deepak Mahapatra 🗓 19 Nov 2026, 11:40 AM 👁 24
Share: 💬 WhatsApp 📘 Facebook 𝕏 Post
ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।


ସେହିପରି ମାଲକାନଗିରି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଗତକାଲି ଦିଆଯାଇଥିଲା ଏହି ନିର୍ଦ୍ଦେଶ।ବିଶେଷକରି ତହସିଲଦାର ଓ ବିଡିଓମାନଙ୍କୁ ମୁଖ୍ୟାଳୟ ଛାଡ଼ିବାକୁ ବାରଣ କରାଯାଇଛି। କୌଣସି କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେନି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକୱାନର ଗତିପଥ ବଦଳୁଛି। ନୂଆ ଟ୍ରାକ୍ ଅନୁସାରେ ଏହା ଓଡ଼ିଶା ଦେଇ ଗତି କରିପାରେ। ଭୀଷଣ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ମାଲକାନଗିରି ଜିଲ୍ଲା ଦେଇ ଆଗକୁ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି କରାଯାଇଥିବା ନୂଆ ଟ୍ରାକରୁ ଏହା ଜଣାପଡିଛି। ଏହା ଦକ୍ଷିଣ ଓଡ଼ିଶା ଦେଇ ଯିବା ଏକ ପ୍ରକାର ସ୍ପଷ୍ଟ।

'ଅକୱାନ' ମାଲକାନଗିରି ଦେଇ ଯିବା ବେଳେ ବାତ୍ୟା ରୂପରେ ଥିବ। ବାତ୍ୟାର ପରିଧି ଆଉ ୩ଟି ଜିଲ୍ଲା - କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ରହିଛି। ପୂର୍ବରୁ ଯେଉଁ ଟ୍ରାକ ଜାରି କରାଯାଇଥିଲା, ତା' ଅନୁଯାୟୀ ଓଡ଼ିଶା ଦେଇ ଗଲା ବେଳେ 'ଅକୱାନ' ଅବପାତରେ ପରିଣତ ହୋଇ ଯାଇଥାନ୍ତା। କିନ୍ତୁ ନୂଆ ଟ୍ରାକ ଅନୁସାରେ ଅବପାତ ନୁହେଁ, ବାତ୍ୟା ଓଡ଼ିଶାକୁ ଅତିକ୍ରମ କରିପାରେ।

୧୯ ଓ ୨୦ ତାରିଖ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଆଲର୍ଟ ଜାରି କରାଯାଇଛି।
📲Get App