अपराध
ଷଡ଼ଯନ୍ତ୍ର କରି ମିଳିମିଶି ଖାଇଗଲେ ୨୫ ଲକ୍ଷ ଟଙ୍କା, ବାନ୍ଧିଲା ଭିଜିଲାନ୍ସ
ସିଆରଏଫଏମ୍ (CRFM) ଯୋଜନାରେ ୨୫.୦୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ବାଲେଶ୍ୱରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO), ଜଣେ ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ଏବଂ ଏକ ଏନଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ବୁଧବାର ଗିରଫ କରିଛି ଭିଜିଲାନ୍ସ।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ବିଶ୍ୱଜିତ ପଣ୍ଡା ଓ ଶକ୍ତି ଶିଖା ଏନ୍ଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା।
ବାଲେଶ୍ୱର ଜିଲ୍ଲାରେ Comprehensive Rice Fallow Management (CRFM) ଯୋଜନାରେ ବ୍ୟାପକ ଆର୍ଥିକ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିଥିଲା ଭିଜିଲାନ୍ସ।
ବାଲେଶ୍ୱର ଜିଲ୍ଲାରେ CRFM ଯୋଜନାରେ ୧୨ ହଜାର ହେକ୍ଟର ଜମିରେ ମୁଗ ଓ ୩୫୦୦ ହେକ୍ଟର ଜମିରେ ବିରି ଚାଷ କରିବା ପାଇଁ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଲକ୍ଷ୍ୟଧାର୍ଯ୍ୟ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ବାଲେଶ୍ୱରରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବାରିପଦାର ଶକ୍ତି ଶିଖା ଡେଭଲପମେଣ୍ଟ ସୋସାଇଟୀକୁ ପ୍ରଫେସନାଲ ଏଜେନ୍ସୀ ଭାବେ ଚୟନ କରାଯାଇଥିଲା ଓ ତା’ ସହ ଚୁକ୍ତି କରାଯାଇଥିଲା।
ଯୋଜନାର ନିର୍ଦ୍ଦେଶାବଳୀ ଅନୁସାରେ, ହିତାଧିକାରୀ ଓ କ୍ଲଷ୍ଟର ଚୟନ, ସଚେତନତା ସୃଷ୍ଟି ଅଭିଯାନ, କୃଷକମାନଙ୍କୁ ସଂଗଠିତ କରିବା ଓ କଞ୍ଚାମାଲର ବ୍ୟବହାର ଉପରେ ନଜର ରଖିବା କାର୍ଯ୍ୟରେ କ୍ଷେତ୍ର କର୍ମଚାରୀଙ୍କୁ ସହାୟତା କରିବାର କାର୍ଯ୍ୟ ଏହି ଏନ୍ଜିଓ ଉପରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ତଦନ୍ତ ବେଳେ ଜଣାପଡ଼ିଲା ଯେ ଏହି ଏନ୍ଜିଓ ଦ୍ୱାରା ସେମିତି କିଛି କାର୍ଯ୍ୟକ୍ରମ କରାଯାଇନାହିଁ। ୧୨ଟି ବ୍ଲକର ବ୍ଳକ୍ କୃଷି ଅଧିକାରୀମାନେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି ଯେ ସେମିତି କୌଣସି କାର୍ଯ୍ୟକ୍ରମ ଏହି ଏନ୍ଜିଓ ଦ୍ୱାରା କରାଯାଇନାହିଁ।
ତଦନ୍ତ ବେଳେ ଜଣାପଡ଼ିଲା ଯେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ବିଶ୍ୱଜିତ ପଣ୍ଡା, ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି ଓ ଶକ୍ତି ଶିଖା ଏନ୍ଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା ମିଳିତ ଭାବେ ଷଡ଼ଯନ୍ତ୍ର କରିଥିଲେ ଏବଂ ଜାଲ୍ ବିଲ୍ ମାଧ୍ୟମରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିଲେ। ଫଳରେ ରାଜ୍ୟ ରଜକୋଷର କ୍ଷତି ଘଟିଛି।
ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।