Crime
ଗୁଣ୍ଡା ଲଗାଇ ନିଜ ପତ୍ନୀ ଓ ପୁଅଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା
ଗୁଣ୍ଡା ଲଗାଇ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ପୁଅଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଭଗବାନପୁର ଗ୍ରାମର ଲକ୍ଷ୍ମୀପ୍ରିୟା ସ୍ୱାଇଁ ଗତକାଲି ରାତିରେ ଆଳି ଥାନାରେ ଏନେଇ କରିଛନ୍ତି ଲିଖିତ ଅଭିଯୋଗ।
ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଭଉଣୀ ସ୍ମୃତିରେଖା ବେହେରା ଆଳି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଚାକିରି କରନ୍ତି। ସେ ଆଳି ରାଜବାଟୀ ନିକଟରେ ଏକ ଭଡ଼ା ଘରେ ତାଙ୍କ ୮ ବର୍ଷର ପୁଅ ସହିତ ରହନ୍ତି। ଗତକାଲି ରାତିରେ ସ୍ମୃତିରେଖାଙ୍କ ସ୍ୱାମୀ ଚନ୍ଦନ ଖଟେଇ ୮/୧୦ ଜଣ ଗୁଣ୍ଡାଙ୍କୁ ସାଙ୍ଗରେ ଧରି ଭଡ଼ାଘରକୁ ଆସିଥିଲେ। ସେହି ଗୁଣ୍ଡାମାନେ ସ୍ମୃତିରେଖା ଓ ତାଙ୍କର ୮ ବର୍ଷର ପୁଅକୁ ମାରଣାସ୍ତ୍ର ଦେଖାଇ ଅପହରଣ କରି ନେଇଛନ୍ତି।
ସ୍ମୃତିରେଖାଙ୍କ ସ୍ୱାମୀ ଚନ୍ଦନ ଖଟେଇଙ୍କ ଘର ଭୁବନେଶ୍ଵରର ସୁନ୍ଦରପଦାସ୍ଥିତ ଜାମୁକୋଳି ଗାଁରେ। ସ୍ତ୍ରୀ ଓ ୮ ବର୍ଷର ପୁଅ ଥିବା ସତ୍ତ୍ୱେ ସେ ପରକୀୟା ପ୍ରୀତିରେ ମାତି ଏହି ଅପହରଣ କରିଥିବା ସ୍ମୃତିରେଖାଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ସ୍ମୃତିରେଖା ଓ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ ସେ ପୁଲିସକୁ ନିବେଦନ କରିଛନ୍ତି।
କିଛି ଦିନ ହେବ ସ୍ମୃତିରେଖା ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ। ଅବୈଧ ସମ୍ପର୍କ ପାଇଁ ସେ ସ୍ମୃତିରେଖାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ୱାମୀଙ୍କ ଦ୍ୱାରା ସ୍ତ୍ରୀଙ୍କୁ ଅପହରଣ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି। ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ କିମ୍ବା ସ୍ମୃତିରେଖାଙ୍କ ସ୍ୱାମୀ ଚନ୍ଦନ ଖଟେଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।