🔥 ट्रेंडिंग सोनिया गांधी की पुस्तक पर बैन की मांग,... उपमुख्यमंत्री शिंदे ने शायना एन.सी. को... शिवसेना और एनसीपी ने सातारा जिल्हा सहक... उत्तर प्रदेश NEET PG 2026 राउंड‑2 मेरि... UPI MDR में देरी के कारण Paytm और Pine... उपराष्ट्र में जेल से रिहा हुए आज़म ख़ा...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା ଘୁଞ୍ଚିଲା

✍️ रिपोर्टर: Deepak Mahapatra 🗓 19 नव. 2026, 11:11 AM 👁 22
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅକ୍‌ୱନ’ ପାଇଁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା ଘୁଞ୍ଚିଲା। ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି SSB ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।


ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ CBT ପରୀକ୍ଷା। ୨୫, ୨୭ ଓ ଡିସେମ୍ବର ୧ ଓ ୨ରେ CBT ପରୀକ୍ଷା ହେବ ବୋଲି SSB ପକ୍ଷରୁ କୁହାଯାଇଛି।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ ସହିତ କିଛି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।
📲Get App