🔥 TRENDING ଆଜିଠାରୁ ଶୀତ ଅଧିବେଶନ ଆରମ୍ଭ, ବିରୋଧୀ ପ୍ରସ... Dhurandhar Franchise Sets Record as Ra... Ramayana Box Office Day 13: Eyes on Rs... Tripura Minister Accuses Sudip Roy Bar... BJP Eyes Sweep of All 51 Tripura Wards... PM-Vishwakarma Scheme Offers a Signifi...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଶୀତ ଅଧିବେଶନର ପ୍ରଥମ ଦିନରୁ ହଙ୍ଗାମା; କୋଟିଆ ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ

✍️ Reporter: Deepak Mahapatra 🗓 18 Nov 2026, 02:34 PM 👁 27
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରୁ କମ୍ପିଲା ଓଡ଼ିଶା ବିଧାନସଭା। କୋଟିଆ ପ୍ରସଙ୍ଗକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଧାୟକ। ପ୍ଲାକାର୍ଡ ଧରି ୱେଲ୍‌କୁ ଆସିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ହୋଇନଥିଲା। ଶେଷରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା

ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ହିଁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଶୋକ ପ୍ରସ୍ତାବ ପରେ କୋଟିଆ ପ୍ରସଙ୍ଗ ଉଠାଇ ବିରୋଧୀ ବିଧାୟକମାନେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ସ୍ୱର ଉଠାଇଥିଲେ। ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା।

ଏହି ସମୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କ୍ୟାମେରା ଯେଉଁ ଦିଗକୁ ଯାଉଥିଲା, ସେହି ଦିଗକୁ ଯାଇ ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।

ଶୋକ ପ୍ରସ୍ତାବରୁ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ

ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟ ଓ ଅନ୍ୟ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବ ଆଣିଥିଲେ। ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଓ ପୂର୍ବତନ ସଦସ୍ୟ କାହ୍ନୁଚରଣ ନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା।

ଏହାସହ କର୍ତ୍ତବ୍ୟ ସମ୍ପାଦନ ବେଳେ ପ୍ରାଣ ହରାଇଥିବା ଓଡ଼ିଶା ପୁଲିସର ପୂର୍ବତନ କନଷ୍ଟେବଳ ଅଜୟ ଓ ହିମାଂଶୁ ରାୟଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।

ଗତ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ବନ୍ୟା ଏବଂ ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରକାଶ କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଶୋକ ବ୍ୟକ୍ତ କରିଥିଲେ।

ଡିସେମ୍ବର ୩୧ ଯାଏଁ ଚାଲିବ ଅଧିବେଶନ

ସୂଚନା ଅନୁସାରେ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ତେବେ ପ୍ରଥମ ଦିନରୁ ହିଁ କୋଟିଆ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା ହେବା ଆଗାମୀ ଦିନରେ ଅଧିବେଶନର କାର୍ଯ୍ୟକାଳ କେତେ ସୁରୁଖୁରୁରେ ଚାଲିବ, ତାହାକୁ ନେଇ ଚର୍ଚ୍ଚା ବଢ଼ାଇଛି।
📲Get App