🔥 TRENDING Goan Singer’s Raga Joins NASA’s Voyage... FC Goa shifts second half of ISL 2026-... Nagaland’s Health Expenditure Falls 29... Armed gang robs Sancho Gold & Diamond... Madhya Pradesh Cabinet Abolishes Two-C... 11th‑grade student drowns in Banas Riv...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଆଜିଠାରୁ ଶୀତ ଅଧିବେଶନ ଆରମ୍ଭ, ବିରୋଧୀ ପ୍ରସ୍ତୁତ, ସଜାଗ ସରକାର

✍️ Reporter: Deepak Mahapatra 🗓 18 Nov 2026, 02:51 PM 👁 21
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଡିସେମ୍ବର ୩୧ ଯାଏ ଗୃହ କାର୍ଯ୍ୟ ଚାଲିବ । ଏଥର ୫ଟି ବିଲ୍ ଆସିବାର ପ୍ରସ୍ତାବ ରହିଛି । ସେହିପରି ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢୀ ଗୃହକୁ ସୁରୁଖରେ ଚଳାଇବାକୁ ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି ।

ଅନ୍ୟପକ୍ଷେ ଶୀତ ଅଧିବେଶନରେ ଗୃହ ବେଶ ସରଗରମ ହେବାର ସମ୍ଭାବନା ରହିଛି । ବିରୋଧୀ କଂଗ୍ରେସ ବିଜେଡ଼ି ମାଳ ମାଳ ପ୍ରସଙ୍ଗ ଧରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଅନ୍ୟପକ୍ଷରେ ସରକାର ମଧ୍ୟ କାଉଣ୍ଟର କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ମୁଖ୍ୟ ବିରୋଧ ଦଳ ବିଜେଡ଼ି ବାତ୍ୟା ଓ ବନ୍ୟା ମୁକାବିଲା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛି । ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗୃହରେ ମୋସନ ଅଣାଯାଇଛି ଏବଂ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏହା ବ୍ୟତୀତ କୋଟିଆରେ ଆନ୍ଧ୍ର ସରକାର ନିର୍ବାଚନ କରୁଥିବା ବେଳେ ଏ ନେଇ କେନ୍ଦ୍ର ସରକାର କାହିଁକି ନିରବ ଅଛନ୍ତି ବୋଲି ଦଳ ପ୍ରଶ୍ନ ଉଠାଇବ। ସେହିପରି ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଚାଷୀ ସମସ୍ୟା, ଭତ୍ତାରେ ବିଳମ୍ବ ଓ ଆଇନଶୃଙ୍ଖଳା ଆଦି ରହିଛି ।

କଂଗ୍ରେସ ସେହିଭଳି ବିଧାନସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପାଇଁ କଂଗ୍ରେସ ଏକଜୁଟ ଅଛି ଏବଂ ଗୃହରେ ଜନସାଧାରଣଙ୍କ ସମସ୍ୟାକୁ ଜୋରଦାର ଭାବେ ଉପସ୍ଥାପନ କରାଯିବ।

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପାଇଁ ସର୍ବଦଳୀୟ ଏକତା ଆବଶ୍ୟକ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାରେ ସରକାରଙ୍କ ଆଭିମୁଖ୍ୟ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବ। ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଦିବାସୀମାନଙ୍କ ଜଙ୍ଗଲ, ଜମି ଓ ଜଳ ଅଧିକାର ସୁରକ୍ଷା ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବ ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଶୀତ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ପ୍ରାୟ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏହା ସହ ଆତତାୟୀ ଆକ୍ରମଣ କିମ୍ବା ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ (STU)ର କମାଣ୍ଡୋମାନେ ନିଯୁକ୍ତ ହୋଇଛନ୍ତି । ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍‌ ପକ୍ଷରୁ ବିଧାନସଭାର କୋଣ ଅନୁକୋଣ ଯାଞ୍ଚ କରାଯିବା ସହିତ ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍ କରାଯିବା ସହ ପୂରା ଅଞ୍ଚଳକୁ ସିଲ୍ କରାଯିବ। କେବଳ ଅନୁମତିପ୍ରାପ୍ତ ଗାଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। ପୋଲିସ ଡିଜି ବିନୟତୋଷ ମିଶ୍ର ନିଜେ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
📲Get App