🔥 TRENDING Samrat Choudhary Unveils Sugarcane Dev... Two Ludhiana Schools Crowned Winners o... રાજકોટ AIIMSમાં નર્સિંગ સ્ટાફ દ્વારા ઇ... Two Rajasthan Residents Arrested for S... छठ महापर्व सम्पन्न होते ही रेलवेस्टेशन... Hardeep Puri Sworn In as Rajya Sabha M...
17 Nov 2026•
ગુજરાતી मराठी ਪੰਜਾਬੀ বাংলা

ନୃତ୍ତ୍ୟଶ୍ରୀ କଳାକେନ୍ଦ୍ର,ଗୁଣୁପୁର ନୃତ୍ୟଶିଳ୍ପୀଙ୍କ ଜଗନ୍ନାଥ ଧାମରେ ନୃତ୍ୟ ପରିବେଷଣ ।

✍️ Reporter: Suresh Ch Rath 🗓 17 Nov 2026, 04:21 PM 👁 24
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର (ନିଡ୍୨୪ ନ୍ୟୁଜ): ନୃତ୍ୟକୁଞ୍ ,କୋଲକାତା ଦ୍ୱାରା ଆୟୋଜିତ ଜଗନ୍ନାଥ ନୃତ୍ୟ ଉତ୍ସବ ଜଗନ୍ନାଥ ଧାମ ପୁରୀର ବହୁ ପୁରାତନ ଅନ୍ନପୂର୍ଣ୍ଣା ଥିଏଟର୍ ରେ ଗତ ତା ୧୪/୧୧/୨୬ରିଖ ଦିନ ସମ୍ପନ୍ନ ହୋଇଛି।ଏହି ସାଂସ୍କୃତିକ ମହୋତ୍ସବ ରେ ରାଜ୍ୟ ଓ ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀମାନେ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶନ କରି ଖୁବ୍ ପ୍ରଶଂସିତ ହୋଇଥିଲେ।ମୁମ୍ବାଇ, କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ସହର ରୁ ନୃତ୍ୟଶିଳ୍ପୀ ମାନେ ଯୋଗ ଦେଇଥିବାବେଳେ ରାୟଗଡ଼ା ଜିଲ୍ଲା ଗୁଣୁପୁର ନୃତ୍ୟଶ୍ରୀ କଳାକେନ୍ଦ୍ରର କୁନି କୁନି କଳାକାର ସୁଶ୍ରୀ ଜିଜ୍ଞାସା ଗମାଙ୍ଗ ,ସୁଶ୍ରୀ ଆଦ୍ୟାଶା ଆଚାର୍ଯ୍ୟ, ସୁଶ୍ରୀ ଡିମ୍ପଲ ବେହେରା, ସୁଶ୍ରୀ ସାଇ ସ୍ନିଗ୍ଧା ପଟ୍ଟନାୟକ, ସୁଶ୍ରୀ ଅଭିନ୍ଵେଶା ମିଶ୍ର ,ସୁଶ୍ରୀ ଭବ୍ୟଶ୍ରୀ ପଣ୍ଡା , ସାଇଶ୍ରୀୟା ଖାଡ଼ଙ୍ଗା ଓ ସୁଶ୍ରୀ ସାଇ ସ୍ମିତା ଖାଡ଼ଙ୍ଗା ଦ୍ୱାରା ପରିବେଷିତ ଏକକ ନୃତ୍ୟ ଉପସ୍ଥିତ ଗୁରୁ ଓ ଦର୍ଶକଙ୍କ ହୃଦୟ କୁ ମୋହିତ କରିପାରିଥିଲା ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦୂର କୋଲକାତା ର ଓଡ଼ିଶୀ ଗୁରୁ ଡକ୍ଟର ଉପେନ୍ଦ୍ର ଶର୍ମା,ଗୁରୁ ରୂପଶ୍ରୀ ମହାପାତ୍ର ଓ ଗୁରୁ କୁମାର ଭୀମସେନ୍ ଯୋଗ ଦେଇଥିବାବେଳେ ଗୁରୁ ତଥା ସାଂସ୍କୃତିକ ନିର୍ଦ୍ଦେଶକ ଶ୍ରୀମତୀ ମୋମିତା ଚକ୍ରବର୍ତ୍ତୀ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁ ଡକ୍ଟର ରୀନା ରାଣୀ ସାହୁ ମଞ୍ଚ ସଂଚାଳନ କରିଥିଲେ ।ପରିଶେଷରେ ଅତିଥି ମାନଙ୍କ ଦ୍ଵାରା ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ଗୁରୁ ମାନଙ୍କୁ ଉପଢୌକନ,ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
📲Get App