🔥 TRENDING ମାଲକାନଗିରିରେ ହେବ ଶିଳ୍ପ ବିକାଶ, ସୃଷ୍ଟି ହ... Tripura CM Announces Efforts to Preser... Himachal Pradesh Weather: Kukumseri Hi... राष्ट्रीय प्रेस दिवस पर पत्रकारों के स... ଛତିଶଗଡ଼ରୁ ହଟିଲେ ଆଣ୍ଟି-ନକ୍ସଲ୍ ବାଟାଲିୟନ,... भोर, पुणे: शिवप्रतिष्ठान हिंदुस्थानने...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ସୃଷ୍ଟି ହେଲା ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ !

✍️ Reporter: Deepak Mahapatra 🗓 16 Nov 2026, 11:36 AM 👁 23
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଘନୀଭୂତ ହୋଇ ସୃଷ୍ଟି ହେଲା ଗଭୀର ଅବପାତ। ସମୁଦ୍ରରୁ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅକ୍ବନ୍’। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ। ୮କିମି ବେଗରେ ଆଗକୁ ବଢୁଛି ଗଭୀର ଅବପାତ। ବିଶାଖାପାଟନମ ଠାରୁ ୮୨୦କିମି ଓ ଗୋପାଳପୁର ଠାରୁ ୯୪୦କିମି ଦୂରରେ କେନ୍ଦ୍ରୀଭୂତ ।

ଅତି ଭୀଷଣ ବାତ୍ୟା ଭାବେ ୧୯ତାରିଖ ରାତି ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରଉପକୂଳ ନିକଟତର ହେବା ସମ୍ଭାବନା।

ଆସନ୍ତା ୧୮ ତାରିଖରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । ରାଜ୍ୟର ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାପରେ ୧୯, ୨୦ ଓ ୨୧ ତାରିଖ ଲଗାତାର ୩ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ସମ୍ଭାବନା ରହିଛି।

୧୯ ତାରିଖରେ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଏବଂ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ପ୍ରଭାବ ଉପରେ ତୀକ୍ଷ୍ମ ନଜର ରଖିଛି ପାଣିପାଗ ବିଭାଗ ।
📲Get App