🔥 ट्रेंडिंग NIELIT ने शुरू किया NCCDFI 2026; 3,093... भोर तालुक्यातील कापूरहोळमध्ये वीर धारा... ଗୃହହୀନଙ୍କୁ ପକ୍କା ଘର ଯୋଗାଣ ପାଇଁ ନୂଆ ଅଭି... अलवर थानागाजी में बाघ के दिखने से लोगो... ତିର୍ତ୍ତୋଲ ବିଧାୟକଙ୍କୁ ବନ୍ଧୁକ ଦେଖାଇ ଧମକ... दिल्ली का AQI 77 अंक गिरा, विशेषज्ञ चे...
16 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ବୃଦ୍ଧଙ୍କୁ ମାରିଦେଲା ଷଣ୍ଢ; ଭିଡିଓ କଲେ, କିନ୍ତୁ ବଞ୍ଚାଇବାକୁ ଆସିଲେନି

✍️ रिपोर्टर: Deepak Mahapatra 🗓 16 नव. 2026, 11:26 AM 👁 27
शेयर करें: 💬 WhatsApp 📘 Facebook 𝕏 Post
ଗାଁ ମଝିରେ ରାସ୍ତା ଉପରେ ବୃଦ୍ଧଙ୍କୁ ମାରିଦେଲା ବୁଲା ଷଣ୍ଢ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବିଧାରପୁର ଗାଁରେ। ମୃତ ବୃଦ୍ଧଙ୍କ ନାଁ ନାରାୟଣ ମହାନ୍ତି। ତାଙ୍କୁ ୭୬ ବର୍ଷ ହୋଇଥିଲା।
ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଏକ ଘରର ପଛ ପାର୍ଶ୍ୱରେ ତଥା ରାସ୍ତାକଡ଼ରେ ଥିବା ଘାସ ବୁଦାରେ ଜଣେ ବୃଦ୍ଧ ପଡ଼ିଛନ୍ତି। ତାଙ୍କୁ ଜଗି ରହିଛି ବୁଲା ଷଣ୍ଢ। ସେତିକି ବେଳେ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣିବାକୁ ମିଳିଛି। ସେ କହିଛନ୍ତି ଯେ ଷଣ୍ଢଟି ବୃଦ୍ଧଙ୍କୁ ମାରି ସାରିଛି। ସେ ଏତିକି କହି ସାରିବା ପରେ ଷଣ୍ଢଟି ପୁଣି ତା’ ମୁଣ୍ଡରେ ବୃଦ୍ଧଙ୍କୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି। ଏହା ଦେଖି ଜଣେ ମହିଳା ଦୂରରୁ ପଥର ମାରି ଷଣ୍ଢଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଷଣ୍ଢ ତା’ ସ୍ଥାନରୁ ଘୁଞ୍ଚି ନଥିଲା। ତା’ ମଧ୍ୟରେ ଜଣେ ମହିଳାଙ୍କ ସ୍ୱର ଶୁଣିବାକୁ ମିଳିଛି। ସେ କହିଛନ୍ତି ଯେ ଷଣ୍ଢଟି ପାଗଳ ହୋଇଯାଇଛି। ଏହା ପରେ ଷଣ୍ଢଟି ବୃଦ୍ଧଙ୍କୁ ତା’ ମୁଣ୍ଡରେ ଠେଲି ଠେଲି ରାସ୍ତାର ଅପରପାର୍ଶ୍ୱକୁ ନେଇଥିଲା। ଏହା ସହିତ ଷଣ୍ଢଟି ପୁଣି ଏକାଧିକ ଥର ବୃଦ୍ଧଙ୍କୁ ତା’ ମୁଣ୍ଡରେ ଧକ୍କା ଦେଇଥିଲା।
ବୃଦ୍ଧଙ୍କର ମୃତ୍ୟୁ ଘଟିବା ପରେ ଷଣ୍ଢଟିକୁ କାବୁ କରାଯାଇଥିଲା। ଷଣ୍ଢକୁ ଏକ ଖୁଣ୍ଟରେ ବାନ୍ଧି ରଖାଯାଇଛି।
ଅନ୍ୟପକ୍ଷରେ ଲୋକେ ମୋବାଇଲ୍ ଫୋନ୍‌ରେ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଥିବା ବେଳେ ଏକାଠି ହୋଇ ଷଣ୍ଢଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ, ହୁଏତ ବୃଦ୍ଧ ନାରାୟଣ ମହାନ୍ତିଙ୍କ ଜୀବନ ବଞ୍ଚିଯାଇଥାଆନ୍ତା ବୋଲି ଆଲୋଚନା ହେଉଛି। ଭିଡିଓରେ କେହି ଜଣେ ବୟସ୍କ ମହିଳା ବୃଦ୍ଧ ଜଣକୁ ବଞ୍ଚାଇବାକୁ କହୁଥିବା ଶୁଣିବାକୁ ମିଳିଛି। କିନ୍ତୁ ଏକାଧିକ ଲୋକ ଏହି ଦୃଶ୍ୟକୁ ଦେଖୁଥିଲେ ହେଁ, ସେମାନେ ଏକାଠି ହୋଇ ଷଣ୍ଢକୁ ତଡ଼ିବାକୁ କିଛି ପ୍ରୟାସ କରି ନଥିବା ଜଣାପଡ଼ୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
📲Get App