🔥 TRENDING NIELIT Launches NCCDFI 2026 in Delhi;... भोर तालुक्यातील कापूरहोळमध्ये वीर धारा... ଗୃହହୀନଙ୍କୁ ପକ୍କା ଘର ଯୋଗାଣ ପାଇଁ ନୂଆ ଅଭି... अलवर थानागाजी में बाघ के दिखने से लोगो... ତିର୍ତ୍ତୋଲ ବିଧାୟକଙ୍କୁ ବନ୍ଧୁକ ଦେଖାଇ ଧମକ... Delhi AQI drops 77 points but experts...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବୃଦ୍ଧଙ୍କୁ ଦଳି ଦେଲା ହାତୀ, ସ୍ଥାନୀୟ ଅଞ୍ଚଳରେ କୋକୂଆ ଭୟ

✍️ Reporter: Deepak Mahapatra 🗓 16 Nov 2026, 11:34 AM 👁 17
Share: 💬 WhatsApp 📘 Facebook 𝕏 Post
ବଲାଙ୍ଗୀର: ଜିଲ୍ଲାର ବେଲପଡ଼ା ଥାନା ଅନ୍ତର୍ଗତ ଘାଗୂର୍ଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଘାଗୂର୍ଲି ଗାଁର ପଙ୍କଜ କାଣ୍ଡ। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଆଜି ସକାଳେ ପଙ୍କଜ କାଣ୍ଡ ଶୌଚ ପାଇଁ ଗାଁ ନିକଟକୁ ଯାଇଥିବା ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପରିବାର ଲୋକେ ବନ ବିଭାଗକୁ ଅବଗତ କରାଇଥିଲେ। ପରେ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗତ କିଛି ଦିନ ହେବ ବେଲପଡ଼ା ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
📲Get App