🔥 TRENDING અરવલ્લી જિલ્લામાં ગેરકાયદેસર પોશડોડા અ... If Farmers’ Issues Are Not Resolved, I... ଚଇତି ସାଂସ୍କୃତିକ ମହୋତ୍ସବ 'ଇଡିତାଲ୍ ୨୦୨୬'... Kashmir's DSEK Announces Revised Schoo... JK News Today marks a decade of digita... J&K Government Sends Five Information...
17 Nov 2026•
ગુજરાતી मराठी ਪੰਜਾਬੀ বাংলা

ଚଇତି ସାଂସ୍କୃତିକ ମହୋତ୍ସବ 'ଇଡିତାଲ୍ ୨୦୨୬' ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

✍️ Reporter: Suresh Ch Rath 🗓 16 Nov 2026, 11:50 PM 👁 16
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର (୧୬/୧୧) ଉପଖଣ୍ଡ ସ୍ତରୀୟ ଚଇତି ମହୋତ୍ସବ ଇଡିତାଲ୍ ୨୦୨୬ ନିମନ୍ତେ ଆଜି ଅପରାହ୍ନରେ ସ୍ଥାନୀୟ ଗୁଣୁପୁର ଟାଉନ୍ ହଲ୍ ଠାରେ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର,ଶ୍ରୀମତୀ ମମତା ଗୌଡ଼, ଗୁଣୁପୁର ପୌରାଧ୍ୟକ୍ଷା,ଶ୍ରୀ ଶିବ ପ୍ରସାଦ ଗୌଡ଼, ଗୁଣୁପୁର ପୌରଉପାଧ୍ୟକ୍ଷ, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଶବର,ବିଡ଼ିଓ ଗୁଣୁପୁର ଶ୍ରୀ ସ୍ୱସ୍ତିକ ଜମାଦାର,ଗୁଣୁପୁର ତହସିଲଦାର ଶ୍ରୀମତୀ ଲୀଳାବତୀ ଆଚାର୍ଯ୍ୟ ଏବଂ ଶ୍ରୀ ସନ୍ତୋଷ କୁମାର ନାୟକ,ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ। ଇତି ଅବସରରେ ସର୍ବସମ୍ମତିକ୍ରମେ ଚଳିତ ବର୍ଷ ଇଡିତାଲ ଉତ୍ସବ ଆସନ୍ତା ମାସର ୧୮ ରୁ ୨୦ ତାରିଖ ତିନିଦିନ ଧରି ସେବା ସମାଜ ସମ୍ମୁଖ ହାଇସ୍କୁଲ ପଡିଆ ଠାରେ ଆୟୋଜନ ପାଇଁ ସ୍ଥିର କରାଯାଇଥିଲା । ଆବଶ୍ୟକ ସ୍ଥଳେ ଦିନେ କି ଦୁଇଦିନ ଉତ୍ସବ ବୃଦ୍ଧି ନିମନ୍ତେ ସ୍ଥିର କରାଯାଇଥିଲା।ପ୍ରାରମ୍ଭ ଦିନ ସକାଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ନିଆଗଲା ।ଉକ୍ତ ଦିନ ମାନଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗର ପ୍ରଦର୍ଶନୀ ମେଳା,ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ସ୍ଥାନୀୟ କଳାକାର ଏବଂ ବାହାର ସିନେ କଳାକାରଙ୍କୁ ନେଇ ପରିଚାଳନା କରିବା ପାଇଁ ସ୍ଥିର କରାଯାଇଥିଲା। ଉତ୍ସବର ବିଭିନ୍ନ ବିଭାଗକୁ ପରିଚାଳନା ପାଇଁ ୧୪ଗୋଟି କମିଟି ଯଥା:ପରିଚାଳନା କମିଟି, ସାଂସ୍କୃତିକ,ଅର୍ଥ,କ୍ରୀଡ଼ା,ଖାଦ୍ୟପେୟ, ସମ୍ବର୍ଦ୍ଧନା ଭଳି କମିଟି ଗଠନ କରାଯିବାକୁ ସ୍ଥିର କରାଯାଇଥିଲା ଏବଂ ଯେଉଁମାନେ ଉପରୋକ୍ତ କମିଟିରେ ରହିବା ପାଇଁ ଚାହିଁବେ ଆସନ୍ତା ୨୨ତାରିଖ ସୁଦ୍ଧା ବିଡ଼ିଓ ଗୁଣୁପୁର ଙ୍କ ଠାରେ ନିଜର ସମ୍ମତି ପତ୍ର ଦାଖଲ ନିମନ୍ତେ ଉପଜିଲ୍ଲାପାଳ ଜଣାଇଥିଲେ ।ଏହି ବୈଠକରେ ସ୍ଥାନୀୟ ସରକାରୀ ଅଧିକାରୀ,ବୁଦ୍ଧିଜୀବି,ମାନ୍ୟଗଣ୍ୟ ବ୍ୟକ୍ତି ତଥା ଗଣମାଧ୍ୟମ ପ୍ରତନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଶେଷରେ ନିର୍ବାହୀ ଅଧିକାରୀ ପୌର ପରିଷଦ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।
📲Get App