🔥 TRENDING ପୁରୀ ପୋଲିସ ଗାଡ଼ି ଦୁର୍ଘଟଣା; ଜଣେ ପୋଲିସ ମ... लखनऊ में हिस्ट्रीशीटर की हत्या ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ , ୧୫ରେ... मौ में बेटी मीना कुमावत का सरपंच पद पर... અમરેલી જિલ્લા ધારીનાં લાખાપાદર ગામે દિ... मौ में बेटी मीना कुमावत का शाही स्वागत...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
National

ସ୍ୱଚ୍ଛତାରେ ଦେଶରେ ଚମକିଲା ଓଡ଼ିଶା, ରାଜ୍ୟ ୧୦ ବିଦ୍ୟାଳୟ ଜାତୀୟ ସମ୍ମାନ

✍️ Reporter: Deepak Mahapatra 🗓 13 Nov 2026, 02:17 PM 👁 10
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସ୍ୱଚ୍ଛ ବିଦ୍ୟାଳୟ, ସୁସ୍ଥ ପରିବେଶ ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା ଦିଗରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସଫଳତା । ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର (Swachh Vidyalaya Puraskar) ଏସଏଚଭିଆର୍ ୨୦୨୫-୨୬ରେ ରାଜ୍ୟର ୧୦ଟି ବିଦ୍ୟାଳୟ ଜାତୀୟ ସ୍ତରରେ Certificate of Merit ବା ଯୋଗ୍ୟତା ପ୍ରମାଣ ପତ୍ର ପାଇଁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟରେ ସ୍ୱଚ୍ଛତା, ପରିମଳ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ସମ୍ମାନ ମିଳିଛି । ଆସନ୍ତା ନଭେମ୍ବର ୧୭ ତାରିଖ ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଆଇସିଏଆର୍ ପରିସରରେ ଜାତୀୟ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।
ପୁରସ୍କୃତ ବିଦ୍ୟାଳୟଗୁଡ଼ିକୁ ଜାତୀୟ ସ୍ତରୀୟ ଯୋଗ୍ୟତା ପ୍ରମାଣପତ୍ର ସହ ଏସଏଚଭିଆର୍ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ଅତିରିକ୍ତ ୧ ଲକ୍ଷ ଟଙ୍କା ମିଳିବ । ଏଥିସହ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଶିକ୍ଷାମୂଳକ ପରିଦର୍ଶନ (Educational Exposure Visit) ର ସୁଯୋଗ ମଧ୍ୟ ମିଳିବ । ଓଡ଼ିଶାର ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏହି ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଏ ନେଇ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (OSEPA) ପକ୍ଷରୁ ଚିଠି ଜାରି କରାଯାଇଛି ।
ଆସନ୍ତା ନଭେମ୍ବର ୧୭ ତାରିଖ ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଆଇସିଏଆର୍ ପରିସରରେ ଜାତୀୟ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ଏନସିଇଆରଟି ପକ୍ଷରୁ ଶିକ୍ଷା ମନ୍ତ୍ରଣାଳୟ, ୟୁନିସେଫ୍ (UNICEF) ଓ ଏନଆଇସି (NIC)ର ସହଯୋଗରେ ଏହି ସମାରୋହ ଆୟୋଜନ କରାଯାଉଛି । ଏଥିରେ ଯୋଗଦେବାକୁ ଥିବା ପ୍ରତିନିଧିଙ୍କ ଯାତାୟାତ ଓ ଦୈନିକ ଭତ୍ତା (TA/DA) ଭାରତ ସରକାର ବହନ କରିବେ ।
📲Get App