स्थानीय
ଟ୍ୱିନ୍ ସିଟିରେ ନଭେମ୍ବର ୨୨, ରାୟଗଡ଼ା ଓ ନବରଙ୍ଗପୁରରେ ନଭେମ୍ବର ୧୪ ଯାଏଁ ବଢ଼ିଲା ଘରକୁ ଘର ସର୍ଭେ ଅବଧି
ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପାଇଁ ଘରକୁ ଘର (ଡୋରଟୁଡୋର) ସର୍ଭେ କାର୍ଯ୍ୟକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ବାତ୍ୟା ପ୍ରଭାବିତ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ସର୍ଭେ କାର୍ଯ୍ୟର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ସର୍ଭେ ପ୍ରକ୍ରିୟା ନଭେମ୍ବର ୭ତାରିଖରେ ଶେଷ ହେବାର ଥିବାବେଳେ, ଏବେ ବିଭିନ୍ନ କାରଣରୁ ନିର୍ବାଚନ ଆୟୋଗ ଦୁଇଟି ପୃଥକ ନିର୍ଦ୍ଦେଶନାମା ଜରିଆରେ ଏହି ଅବଧିକୁ ବଢ଼ାଇଛନ୍ତି।
ସୂଚନା ଅନୁସାରେ, ଟ୍ୱିନ୍ ସିଟିରେ ଜାରି ରହିଥିବା ଘରକୁ ଘର ସର୍ଭେ ପ୍ରକ୍ରିୟାର ସମୟସୀମାକୁ ରାଜ୍ୟ ନିର୍ବାଚନ ଆୟୋଗ ଆଉ ୧୫ ଦିନ ପାଇଁ ବୃଦ୍ଧି କରିଛନ୍ତି। ମିଳିଥିବା ଅନୁରୋଧକୁ ବିଚାର କରି ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଓ କଟକ ମହାନଗର ନିଗମ (ସିଏମସି) ଅଂଚଳରେ ଚାଲିଥିବା ଏହି ସର୍ଭେ ଅବଧିକୁ ଆସନ୍ତା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମତି ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ନଭେମ୍ବର ୭ତାରିଖରେ ଏହି ସର୍ଭେ କାର୍ଯ୍ୟ ଶେଷ ହେବାର ଥିଲା, ମାତ୍ର ଏବେ ଏହାକୁ ଆଉ ୧୫ ଦିନ ବଢ଼ାଇ ଦିଆଯାଇଛି।
ସେହିପରି ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ର ପ୍ରକୋପ ଯୋଗୁଁ ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ରାୟଗଡ଼ା ଓ ନବରଙ୍ଗପୁରରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାତ୍ୟା ପରବର୍ତ୍ତୀ ପ୍ରବଳ ଲଗାଣ ବର୍ଷା ଓ ପ୍ରତିକୂଳ ପାଣିପାଗ ସ୍ଥିତି କାରଣରୁ ତୃଣମୂଳସ୍ତରରେ ନିୟୋଜିତ କ୍ଷେତ୍ର କର୍ମଚାରୀମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କୌଣସି ଯୋଗ୍ୟ ପରିବାର ଯେପରି ସର୍ଭେରୁ ବାଦ୍ ନପଡ଼ନ୍ତି ଓ ଶତପ୍ରତିଶତ ସଠିକ ତଥ୍ୟ ସଂଗୃହୀତ ହୋଇପାରିବ, ସେଥିପାଇଁ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ ଏହି ସମୟସୀମାକୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ଓଏସଡି ତଥା ସଚିବ ଏସକେ ଦାଶ ଉଭୟ ରାୟଗଡ଼ା ଓ ନବରଙ୍ଗପୁରର ଜିଲ୍ଲାପାଳଙ୍କ ସମେତ ବିଏମସି ଓ ସିଏମସି କମିଶନରମାନଙ୍କୁ ପତ୍ର ମାଧ୍ୟମରେ ଏହି ସଂଶୋଧିତ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ସର୍ଭେ କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବ ବା ଅବହେଳା ନକରି କଡ଼ା ତଦାରଖ ମଧ୍ୟରେ ଧାର୍ଯ୍ୟ ବର୍ଦ୍ଧିତ ଅବଧି ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।