🔥 TRENDING Government launches digitisation of Gr... ਵੱਡੀ ਖ਼ਬਰ : PGI ਭੇਜੀ ਪਰਵਿੰਦਰ ਸਿੰਘ ਝੋਟਾ... ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଅଘଟଣ: ମାଛ... Nagaland Governor Named Chief Patron o... Dhanteras 2026 Falls on Friday with Ra... ପୂର୍ବତନ ବିଜେଡ଼ି ନେତାଙ୍କ ଘରେ ଇଓଡବ୍ଲ୍ୟୁ...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଅଫିସରଙ୍କୁ ବିଧାୟକଙ୍କ ହତ୍ୟା ଧମକ ଘଟଣା: ହୋଇଗଲା କି ସମାଧାନ; ପଢ଼ନ୍ତୁ, କ’ଣ କହିଛନ୍ତି ସରୋଜ ପାଢ଼ୀ

✍️ Reporter: Deepak Mahapatra 🗓 06 Nov 2026, 01:27 PM 👁 12
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ (CDO-CUM-EO) ସମୀର କୁମାର ଜେନାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେବା ଅଭିଯୋଗରେ ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଆସିକା ଥାନାରେ ଗୁରୁବାର ଦିଆଯାଇଛି ଏଫଆଇଆର। ମୁଖ୍ୟ ଉନ୍ନୟନ ଅଧିକାରୀ ନିଜେ ଦେଇଛନ୍ତି ଏଫଆଇଆର। ଏଥିରେ ସେ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପୁଲିସକୁ ଅନୁରୋଧ କରିଥିବା ବେଳେ ବିଧାୟକ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସବୁ ସମାଧାନ ହୋଇଯାଇଛି।
ଆଜି ଆସିକା ବିଧାୟକ ସରୋଜ ପାଢ଼ୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସିଡିଓଙ୍କ ସହିତ ତାଙ୍କର ବିବାଦ ସଂପର୍କରେ ପଚାରିଥିଲେ। ସେ ସିଡିଓଙ୍କୁ ମାରି ଦେବାକୁ ଧମକ ଦେଇଥିବା କଥା ବି ପଚାରିଥିଲେ। ଏହାର ଜବାବରେ ବିଧାୟକ ଶ୍ରୀ ପାଢ଼ୀ କହିଥିଲେ, ସେମିତି କିଛି ହୋଇନି। ଆମ ମଧ୍ୟରେ ଯେଉଁ ଭୁଲ ବୁଝମଣା ହୋଇଥିଲା, ଆପୋଷ ଆଲୋଚନା ମାଧ୍ୟମରେ ତା’ର ସମାଧାନ ହୋଇଯାଇଛି। ଏହା ପରେ ଅନ୍ୟ କିଛି ଆଲୋଚନା କରିବା ଠିକ୍ ନୁହେଁ। ସେ ଏଫଆଇଆର ଦେଇଛନ୍ତି। କିନ୍ତୁ ତା’ ଆମେ କଥାବାର୍ତ୍ତା ହେଇସାରିଲୁଣି।
ଭୁଲ୍‌ଟା କାହାର ଥିଲା ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ବିଧାୟକ କହିଥିଲେ, ସେ କଥାକୁ କାହିଁକି ଯିବା? ବାତ୍ୟା ଅଞ୍ଚଳରେ ସେ ବି କାମ କରୁଥିଲେ, ମୁଁ ବି କାମ କରୁଥିଲି। ଆଠ ଦିନ ହେଲାଣି ଆମେ ଖାଇନୁ କି ଶୋଇନୁ। ଅନିଦ୍ରା ହେଇକି ବୁଲୁଛୁ। ଯଦି ତା’ ଭିତରେ କିଏ କାହାକୁ କିଛି କହିଦେଲା, ତା’ହେଲେ ହୋଇଗଲା ତ ହୋଇଗଲା। କିନ୍ତୁ ତା’ର ସମାଧାନ ହୋଇଗଲା। ଆମର ସମାଧାନ ହୋଇଗଲା। ମୋର ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ କି ତାଙ୍କର ମୋ ଉପରେ କିଛି ଅଭିଯୋଗ ନାହିଁ।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କୁ କିଛି କହିଛନ୍ତି କି ବୋଲି ପଚରା ଯିବାରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆମ ଜିଲ୍ଲାର ବିଧାୟକମାନେ ଯାଇଥିଲୁ ବାତ୍ୟାଞ୍ଚଳ ଉପରେ ଆଲୋଚନା କରିବାକୁ। ଏ ବିଷୟରେ ଆଲୋଚନା କରିବାକୁ ଯାଇ ନଥିଲୁ।
ସେ ଆହୁରି କହିଥିଲେ, ଏଇଟା ଗୋଟେ ସାଧାରଣ କଥା। ମୁଁ ରାଜନୀତି କରିବାର ୪୭ ବର୍ଷ ହେଲାଣି। ଏହି ୪୭ ବର୍ଷ ଭିତରେ ବହୁ ଅଫିସରଙ୍କୁ ଦେଖିଛୁ। ବହୁ ଅଫିସର ଆମକୁ ବି ଦେଖିଛନ୍ତି। ବହୁତ ଭୁଲ ବୁଝାମଣା ହୋଇଛି। କେତେ ଅଫିସର ଆମକୁ ଗାଳି କରିଛନ୍ତି। ଆମେ ବି ତାଙ୍କୁ ଗାଳି କରିଛୁ। କିନ୍ତୁ ସେ ସବୁର କିଛି ମାନେ ନାହିଁ।
ବିଧାୟକଙ୍କ ଏହି ଉତ୍ତର ଉପରେ ପ୍ରତିକ୍ରିୟା ରଖି ଗଣମାଧ୍ୟମ ପ୍ରତିନିଧିମାନେ କହିଥିଲେ ଯେ ଏଥର ଆପଣ ଗାଳି କରିଥିଲେ। ଏହାକୁ ଖଣ୍ଡନ କରି ସେ କହିଥିଲେ, ନା ନା କେହି କାହାରିକୁ ଗାଳି କରି ନାହୁଁ।
ସିସିଟିଭିରେ ପ୍ରମାଣ ଅଛି ବୋଲି କହିବାରୁ ବିଧାୟକ କହିଥିଲେ ଯେ ସବୁ ବନ୍ୟାରେ ଭିଜି ଯାଇଛି। କିଛି ନାହିଁ। କେଉଁଠି ପ୍ରମାଣ ଅଛି। ତୁଛା କଥା।
ଅନ୍ୟପକ୍ଷରେ ସିଡିଓଙ୍କ ସହ ବିଧାୟକଙ୍କ ବିବାଦକୁ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରୋଜ ପାଢ଼ୀ ଏହି ଘଟଣା ପାଇଁ ଅନୁତପ୍ତ।
📲Get App