स्थानीय
ବାଦୁଡ଼ିଙ୍କ ପାଇଁ ଲୋକଙ୍କ ତ୍ୟାଗ, ସେମାନଙ୍କୁ ବଞ୍ଚାଇବା ପାଇଁ ଏହି ଗାଁରେ ଫୁଟିବନି ବାଣ
ତାମିଲନାଡୁର ପେରମ୍ବୁରରେ ଗତ ୧୦୦ ବର୍ଷ ହେବ ଦୀପାବଳିରେ ବାଣ ଫୁଯାଯାଏ ନାହିଁ। ଚଳିତଥର ମଧ୍ୟ ଫୁଟାଯିବ ନାହିଁ। ୧୫୦ ବର୍ଷ ପୁରୁଣା ବର ଗଛରେ ରହୁଥିବା ଶହ ଶହ ବାଦୁଡ଼ିଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ଏଭଳି ପଦକ୍ଷେପ ନେଉଛନ୍ତି।
ସମଗ୍ର ଦେଶରେ ଦୀପାବଳିରେ ଦୀପ ଜଳାଯାଏ । ବାଣ ଫୁଟାଯାଏ ଏବଂ ରକେଟ୍ ଛଡ଼ାଯାଏ, କିନ୍ତୁ ଭାରତର ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଗତ ଏକ ଶତାବ୍ଦୀ ଧରି ଦୀପାବଳିରେ ବାଣ ଫୁଟାଯାଏ ନାହିଁ। ଏହି ଗାଁର ଲୋକମାନେ ଗତ ଏକ ଶତାବ୍ଦୀ ହେବ ବିନା ବାଣରେ ଏକ ଅନନ୍ୟ ଦୀପାବଳି ପାଳନ କରିଆସୁଛନ୍ତି। ଗାଁର ଲୋକମାନେ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଦୀପାବଳିରେ ବାଣ ଫୁଟାନ୍ତି ନାହିଁ। ଏହି ଗାଁର ନା ହେଉଛି ପେରମ୍ବୁର।
ଏହି ଗାଁ ତାମିଲନାଡୁର ମୟିଲାଦୁଥୁରାଇ ଜିଲ୍ଲାରେ ଅବସ୍ଥିତ। ଏଠାରେ ଥିବା ୧୫୦ ବର୍ଷ ପୁରୁଣା ବର ଗଛରେ ଶହ ଶହ ବାଦୁଡ଼ି ବାସ କରନ୍ତି। ବାଦୁଡ଼ିଙ୍କୁ ବାଣର ପ୍ରାଣଘାତୀ ଶବ୍ଦ ଏବଂ ଧୂଆଁରୁ ରକ୍ଷା କରିବା ପାଇଁ ହିଁ ଗ୍ରାମବାସୀମାନେ ପିଢ଼ି ପିଢ଼ି ଧରି ଦୀପାବଳିରେ ବାଣଠାରୁ ଦୂରେଇ ରହିଛନ୍ତି। ଚଳିତଥର ମଧ୍ୟ ଏଠାରେ ବାଣ ଫୁଟାଯିବ ନାହିଁ। ଏଠାକାର ଗ୍ରାମବାସୀମାନେ ଦୀପାବଳିରେ କେବଳ ଦୀପ ଜଳାନ୍ତି ଏବଂ ମନ୍ଦିରରେ ପୂଜା କରି ଏହି ପର୍ବ ପାଳନ କରନ୍ତି।
ନିରୀହ ଜୀବଙ୍କ ଆଶ୍ରୟସ୍ଥଳୀ ରକ୍ଷା କରୁଛନ୍ତି ଗ୍ରାମବାସୀ
ତାମିଲନାଡୁର କଝୁପେରୁମ୍ପକ୍କମ୍ ଏବଂ କିଟ୍ଟମପାଲାୟମ ପରି ଅନ୍ୟାନ୍ୟ କେତେକ ଗାଁରେ ମଧ୍ୟ ଏପରି ସମ୍ବେଦନଶୀଳତା ଦେଖିବାକୁ ମିଳେ। ମିଳିଥିବା ସୂଚନା ଅନୁଯାୟୀ, ପେରମ୍ବୁର ଗାଁରେ ପ୍ରାୟ ୧୫୦ ବର୍ଷ ପୁରୁଣା ଏକ ବର ଗଛ ରହିଛି। ଏହି ଗଛରେ ଶହ ଶହ ‘ଇଣ୍ଡିଆନ୍ ଫ୍ଲାଇଙ୍ଗ୍ ଫକ୍ସ’ ବା ବାଦୁଡ଼ି ବାସ କରନ୍ତି। ଗ୍ରାମବାସୀମାନେ ନିଜର ଆନନ୍ଦ ପାଇଁ ଏହି ମୂକ ଜୀବମାନଙ୍କର ଆଶ୍ରୟସ୍ଥଳୀକୁ ନଷ୍ଟ ହେବାକୁ ଦେବେ ନାହିଁ ବୋଲି ସ୍ଥିର କରିଛନ୍ତି।
ପରିବେଶର ରକ୍ଷକ ଭାବେ ବିବେଚିତ ହୁଅନ୍ତି ବାଦୁଡ଼ି
ବାଦୁଡ଼ି କେବଳ ଏକ ଉଡ଼ିବା ଜୀବ ନୁହଁନ୍ତି, ବରଂ ସେମାନେ ଆମ ପରିବେଶର ରକ୍ଷକ ଭାବେ ମଧ୍ୟ ବିବେଚିତ ହୁଅନ୍ତି। ଫଳଗୁଡ଼ିକର ମଞ୍ଜି ବିଛାଇବାରେ ଏବଂ ପରାଗସଙ୍ଗମ (Pollination) ରେ ବାଦୁଡ଼ିଙ୍କର ଏକ ବଡ଼ ଭୂମିକା ରହିଥାଏ। ଏହାଦ୍ୱାରା ଜଙ୍ଗଲ ଏବଂ ସବୁଜିମାର ବିସ୍ତାର ହୋଇଥାଏ। ବାଦୁଡ଼ି ମାନେ ଦିନବେଳା ବିଶ୍ରାମ କରନ୍ତି ଏବଂ ରାତିରେ ଖାଦ୍ୟ ଅନ୍ୱେଷଣରେ ବାହାରିଥାଆନ୍ତି। ବାଣର ପ୍ରଚଣ୍ଡ ଶବ୍ଦ ଏବଂ ତୀବ୍ର ଧୂଆଁ ଯୋଗୁଁ ସେମାନଙ୍କର ଶାରୀରିକ ସନ୍ତୁଳନ ବିଗିଡ଼ିଯାଇଥାଏ।
ପେରମ୍ବୁରର ଗ୍ରାମବାସୀମାନେ ଏହି ବିପଦକୁ ଭଲଭାବେ ବୁଝିପାରିଛନ୍ତି, ତେଣୁ ସେମାନେ ପିଢ଼ି ପିଢ଼ି ଧରି ବାଣଠୁ ଦୂରେଇ ରହିଛନ୍ତି। ଗ୍ରାମବାସୀମାନେ ଦୀପାବଳିରେ ଦୀପ ଜଳାନ୍ତି, ପୂଜାକରନ୍ତି, କିନ୍ତୁ ବାଣକୁ ହାତ ମଧ୍ୟ ଲଗାନ୍ତି ନାହିଁ।