🔥 TRENDING सिकंदरा गांव में शांतिपूर्ण मतदान जारी... પરંપરાગત રમતો દ્વારા બાળવિકાસને પ્રોત્... હિંમતનગર માર્કેટયાર્ડમાં ૦૬ થી ૧૫ નવેમ... સમાવેશી નીતિ સંકલ્પ” સંદર્ભે વિડિયો કો... Thousands march in Manipur’s Ukhrul an... BJP asks for extra cabinet portfolio i...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ପଛକୁ ଫେରିଲା ଆନ୍ଧ୍ର, କୋଟିଆରେ କରିପାରିଲାନି ମତଦାନ କେନ୍ଦ୍ର, ଚେକ୍ ପୋଷ୍ଟ ଓ ସୀମାକୁ ନିଜ ନିୟନ୍ତ୍ରଣକୁ ନେଲା ଓଡ଼ିଶା

✍️ Reporter: Deepak Mahapatra 🗓 05 Nov 2026, 01:21 PM 👁 15
Share: 💬 WhatsApp 📘 Facebook 𝕏 Post
କୋରାପୁଟ : କୋଟିଆରେ ପଛକୁ ଘୁଞ୍ଚିଲା ଆନ୍ଧ୍ର। ନିର୍ବାଚନ ପାଇଁ ନାରେଡ଼ିଭାଲସାଠୁ ଦେଢ଼ କିମି ଦୂର ସାରିକାରେ ମତଦାନ କେନ୍ଦ୍ର କଲା ଆନ୍ଧ୍ର। ସୂଚନା ଦେଲେ ପାର୍ବତୀପୁରମ ଏଡିଏମ୍ ଆର୍‌. ମାଧବୀ। ଓଡ଼ିଶା ସୀମା ଭିତରେ ଥିବା କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ କୌଣସି ମତଦାନ କେନ୍ଦ୍ର କରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆନ୍ଧ୍ରପ୍ରଦେଶର ମଣ୍ଡଳ ପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ସୀମାନ୍ତରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ନାରେଡ଼ିଭାଲସା ସମେତ ୬ଟି ସଂବେଦନଶୀଳ ଗ୍ରାମରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବା ସହ ଚେକ୍ ପୋଷ୍ଟ ନିର୍ମାଣ କରିଛି। ଓଡ଼ିଶା ପୋଲିସ ଆନ୍ଧ୍ର ପୋଲିସକୁ କୋଟିଆ ଅଞ୍ଚଳକୁ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ବାରଣ କରିବା ସହ ସେଠାରେ ଥିବା ଚେକ୍ ପୋଷ୍ଟ ଓ ସୀମାକୁ ନିଜ ନିୟନ୍ତ୍ରଣକୁ ନେଇଛି। ଆନ୍ଧ୍ର ପୋଲିସ ପରବର୍ତ୍ତୀ ସମୟରେ ସେଠାରୁ ଫେରିଯିବାକୁ ବାଧ୍ୟ ହୋଇଛି।
ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବା ପାଇଁ ଓଡ଼ିଶା ସରକାର କୋଟିଆରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି। କୋଟିଆରେ ଆନ୍ଧ୍ରପ୍ରଦେଶର ଏହି ନିର୍ବାଚନୀ ଉଦ୍ୟମକୁ ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନ ପୂର୍ଣ୍ଣ ମାତ୍ରାରେ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି ଆଦେଶର ଅବମାନନା ଅଭିଯୋଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅବମାନନା ଆବେଦନ ଦାୟର କରିଛନ୍ତି। ବର୍ତ୍ତମାନ ବିଚାରଧୀନ ରହିଛି ଏହି ସୀମା ବିବାଦ।
📲Get App