🔥 TRENDING 9-Year-Old Girl Dies After Falling in... ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜା... Jaipur’s ‘Tyohar Asharfi’ Sweet Fetche... शराब के नशे में स्कूल पहुंचे प्रधानाध्... मुख्यमंत्री योगी आदित्यनाथ ने दीपावली... AMRUT 2.0 એટલે શહેરી વિસ્તારો માટે અમૃ...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Lifestyle

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ମିଳିବ ୧୦୭.୭୦ କୋଟିରୁ ଅଧିକ ଟଙ୍କାର ଅନୁକମ୍ପା ସହାୟତା, ୭ ଯାଏଁ ଗଞ୍ଜାମରେ ସ୍କୁଲ୍ ଛୁଟି

✍️ Reporter: Deepak Mahapatra 🗓 05 Nov 2026, 12:40 PM 👁 15
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ତୁରନ୍ତ ଆଶ୍ୱସ୍ତି ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତଙ୍କ ପାଇଁ ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରଭାବିତ ଲୋକଙ୍କୁ ନଗଦ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି।
ସୂଚନା ଅନୁସାରେ, ଅର୍ଣ୍ଣବ ପ୍ରଭାବିତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଏସଆରସି ଆଜି ୧୦୭.୭୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାକୁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଓ କୋରାପୁଟ ଜିଲ୍ଲାକୁ ୨୬.୨୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବାତ୍ୟା ପ୍ରଭାବିତଙ୍କୁ ପରିବାର ପିଛା ୨୫୦୦ଟଙ୍କା ହାରରେ ଏହି ନଗଦ ସହାୟତା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ଲକ୍ଷ ୨୯ ହଜାର ୭୮୨ଟି ପ୍ରଭାବିତ ପରିବାର ଓ କୋରାପୁଟ ଜିଲ୍ଲାର ୧୦୫୧ଟି ପରିବାର ବାତ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ଏହି ନଗଦ ଅର୍ଥରାଶି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ହସ୍ତାନ୍ତର କରାଯାଇଛି। ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଏହି ସହାୟତା ରାଶି ପ୍ରଦାନ କରିବାକୁ ଏହି ଅର୍ଥ ବିନିଯୋଗ କରାଯିବ । ବିପର୍ଯ୍ୟୟବେଳେ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ ଆର୍ôଥକ ସହାୟତା ଓ ରିଲିଫ୍ ଯୋଗାଇଦେବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ବାତ୍ୟା ‘ଅର୍ଣ୍ଣବ’(Cyclone Arnab) ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକୁ ଚଳିତମାସ ୭ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବନ୍ଦ ରହିଲେ ମଧ୍ୟ ସ୍କୁଲର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟରେ ଉପସ୍ଥିତ ରହି ନିଜ ନିଜ ଦାୟିତ୍ୱ ତୁଲାଇବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ଲୋକଙ୍କୁ ଆର୍ôଥକ ସହାୟତା ଯୋଗାଇବା ଓ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପ୍ରୟାସ ଜାରି ରଖିଛି।
📲Get App