🔥 TRENDING ସଂସଦରେ SIR ସମେତ ସବୁ ପ୍ରସଙ୍ଗରେ ଆଲୋଚନା ପ... ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ OR... ରାଜଧାନୀରେ ଠକ ଦମ୍ପତିଙ୍କୁ ଗିରଫ କଲା ପୋଲିସ... पटना सिटी में बौद्ध बिहार काॅलोनी में... Noida Businessman Completes 70‑km Run... ଇଭି ଚାଳକଙ୍କ ପାଇଁ ଖୁସି ଖବର: ଓଡ଼ିଶାରେ ବସ...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ରାଜଧାନୀରେ ଠକ ଦମ୍ପତିଙ୍କୁ ଗିରଫ କଲା ପୋଲିସ, ଦେଢ଼ କୋଟି ଟଙ୍କା କରିଥିଲେ ଠକେଇ

✍️ Reporter: Deepak Mahapatra 🗓 04 Nov 2026, 01:38 PM 👁 9
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜଧାନୀରେ ଜମି ଓ ଘର ଯୋଗାଇଦେବା ଆଳରେ ପ୍ରାୟ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ଏକ ଠକ ଦମ୍ପତିଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଏହି ସ୍ବାମୀ ସ୍ତ୍ରୀ ହେଲେ ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳର ଶ୍ରୀମନ୍ତ କଳସ ଓ ସୌମ୍ୟା ଶୁଭଦର୍ଶିନୀ କଳସ ।
ଅଭିଯୁକ୍ତ ଦମ୍ପତି ନିଜକୁ ବଡ଼ ଶିଳ୍ପପତି ଏବଂ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ମାଲିକ ଭାବେ ପରିଚୟ ଦେଇ ସାଧାରଣ ଲୋକଙ୍କ ବିଶ୍ୱାସ ଜିତୁଥିଲେ । ଏହା ସହିତ ସେମାନେ ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କ ସମ୍ପର୍କୀୟ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ବୋଲି ମଧ୍ୟ ମିଛ କହୁଥିଲେ ।
ଅଭିଯୋଗ ଅନୁସାରେ ବେଙ୍ଗାଲୁରୁରେ ରହୁଥିବା ସୁଧୀର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କୁ ସହିଦ ନଗର ଅଞ୍ଚଳରେ ଏକ ମୂଲ୍ୟବାନ ପ୍ଲଟ୍ ଓ ଘର କିଣାଇ ଦେବାକୁ କହି ଏହି ଦମ୍ପତି ପ୍ରାୟ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କା ହଡ଼ପ କରିନେଇଥିଲେ । ସୁଧୀର ସେମାନଙ୍କୁ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ୧ କୋଟି ଟଙ୍କା ଦେଇଥିବା ବେଳେ ବାକି ପ୍ରାୟ ୪୭.୬୦ ଲକ୍ଷ ଟଙ୍କା ନଗଦ ଆକାରରେ ସେମାନଙ୍କ ଘରକୁ ଯାଇ ପ୍ରଦାନ କରିଥିଲେ ।
ତେବେ ଦୀର୍ଘ ଦିନ ଧରି ଜମି କିମ୍ବା ଟଙ୍କା ନମିଳିବା ପରେ ସୁଧୀର ଠକାମିର ଶିକାର ହୋଇଥିବା ବୁଝିପାରି ପୋଲିସ ନିକଟରେ ଏକ ମାମଲା ଦାୟର କରିଥିଲେ । ଏହି ଅଭିଯୋଗ ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ କରି ମଙ୍ଗଳବାର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି ।
ପୋଲିସ ବର୍ତ୍ତମାନ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ କାରବାର ଯାଞ୍ଚ କରିବା ସହ ରାଜଧାନୀରେ ସେମାନେ ଆଉ କେତେ ଜଣଙ୍କୁ ଏଭଳି ମିଛ କହି ଚୂନା ଲଗାଇଛନ୍ତି, ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
📲Get App