🔥 TRENDING રાજ્યના નાયબ મુખ્યમંત્રી શ્રી હર્ષભાઈ... Headlines हत्याकांड: हरदोई के चार दोस्त दुर्गागं... मुंबई उच्च न्यायालयाने बीएमसीला दिया म... કૌશલ્ય વિકાસને પ્રોત્સાહન આપતો માન. મુ... હિંમતનગરમાં રાષ્ટ્રીય એકતા દિવસની ઉજવણ...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

୨ ଲକ୍ଷ ନେଇଥିଲେ, ଆଉ ୩ ଲକ୍ଷ ନେବା ବେଳେ ଧରିଲା ଭିଜିଲାନ୍ସ

✍️ Reporter: Deepak Mahapatra 🗓 03 Nov 2026, 01:05 PM 👁 17
Share: 💬 WhatsApp 📘 Facebook 𝕏 Post
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ (LAO) ଅଜୟ କୁମାର ଗଡ଼ନାୟକ। ସେ ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି।
ଏହି ରେଳ ପ୍ରକଳ୍ପ ପାଇଁ ସଂପୃକ୍ତ ଜମି ମାଲିକଙ୍କ କିଛି ଜମି ଅଧିଗ୍ରହଣ କରାଯାଇଛି। କ୍ଷତିପୂରଣ ବାବଦକୁ ସେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା ପାଇବେ। କ୍ଷତି ପୂରଣ ଟଙ୍କା ପ୍ରଦାନ କରିବା ସହିତ ଆଗାମୀ ଦିନରେ ତୃତୀୟ ରେଳ ଲାଇନ ହେଲେ କ୍ଷତିପୂରଣ ପ୍ରଦାନରେ ତାଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯିବାର ଲୋଭ ଦେଖାଇ ଶ୍ରୀ ଗଡ଼ନାୟକ ତାଙ୍କୁ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଅକ୍ଟୋବର ୨୭ ତାରିଖରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଶ୍ରୀ ଗଡ଼ନାୟକ ସଂପୃକ୍ତ ଜମି ମାଲିକଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ଏହା ସହିତ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଅତିଶୀଘ୍ର ପ୍ରଦାନ କରିବା ପାଇଁ ତାଙ୍କୁ କହିଥିଲେ। ୩ ଲକ୍ଷ ଟଙ୍କା ନଦେଲେ ଭବିଷ୍ୟତରେ ତୃତୀୟ ରେଳ ଲାଇନ ହେଲେ ତାଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ପାଇବାରେ ସମସ୍ୟା ହେବ ବୋଲି ସେ ଧମକ ଦେଇଥିଲେ। ଏଥିରେ ଜମି ମାଲିକ ଜଣଙ୍କ ରାଗି ଯାଇଥିଲେ ଓ ଘଟଣା ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ।
ଯୋଜନା ପ୍ରକାରେ ଜମି ମାଲିକ ଆଜି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଶ୍ରୀ ଗଡ଼ନାୟକଙ୍କୁ ଭେଟି ଆଉ ୩ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ଏହା ପରେ ତାଙ୍କର ୩ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଶ୍ରୀ ଗଡ଼ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।
📲Get App