🔥 TRENDING Eight arrested for assaulting four BSF... ਸ਼ਿਵਸੇਨਾ ਨੇ ਅੰਬੇਡਕਰ ਦੇ ਸਿਧਾਂਤ ਅਨੁਸਾਰ ਬੱ... Sports teacher’s number used to send o... राष्ट्रीय कांग्रेस के सांसद रहुल्ला मे... मिठाई दुकान पर खाद्य सुरक्षा विभाग ने... પંચમહાલના શિવરાજપુરમાં ફટાકડા ખરીદતા લ...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଏଣିକି ଗାଁ ପାଖରେ ମିଳିବ ନ୍ୟାୟ; ରାଜ୍ୟରେ ଖୋଲିବ ୧୮ ନୂଆ କୋର୍ଟ, ନବରଙ୍ଗପୁରରେ ସର୍ବାଧିକ

✍️ Reporter: Deepak Mahapatra 🗓 03 Nov 2026, 01:37 PM 👁 14
Share: 💬 WhatsApp 📘 Facebook 𝕏 Post
ରାଜ୍ୟରେ ଖୋଲିବ ୧୮ଟି ନୂଆ ସିଭିଲ୍ ଜଜ୍ କୋର୍ଟ। ଓଡ଼ିଶା ହାଇକୋର୍ଟ ୧୩ ଟି ଜିଲ୍ଲାର ୧୮ଟି ନୂଆ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଛି। ବରଗଡ଼, ଭଦ୍ରକ, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ , ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ , ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ନୂଆ କୋର୍ଟ ସ୍ଥାପନ ହେବ। ଏନେଇ ଉଚ୍ଚ ନ୍ୟାୟାଳୟର ସ୍ବତନ୍ତ୍ର ଅଫିସର ମଳୟ କୁମାର ପ୍ରଧାନ ଜିଲ୍ଲାର ବିଚାରପତିଙ୍କୁ ଲେଖିଛନ୍ତି।
ତେବେ ଏହି ୧୮ଟି କୋର୍ଟ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ତିନିଟି କୋର୍ଟ ପାପଡ଼ାହାଣ୍ଡି ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ହେବ। ସେହିପରି ବରଗଡ଼ ଆତାବିରା, ମୟୂରଭଞ୍ଜା ସାମାଖୁଣ୍ଟା, ଭଦ୍ରକ ଭଣ୍ଡାରିପୋଖରୀ, ମୟୂରଭଞ୍ଜ କୁଲିଆନା, ବଲାଙ୍ଗୀର ଦେଓଗାଁ, ଦେଓଗଡ଼ ନାଇକୁଲ (ଟିଲେଇବାଣି), ଢେଙ୍କାନାଳ ଓଡ଼ପଡ଼ା , ଗଞ୍ଜାମ ରଙ୍ଗେଇଲୁଣ୍ଡା, ନୟାଗଡ଼ ନୂଆଗାଁ, ଜଗତସିଂହପୁର ବିରିଡ଼ି, ପୁରୀର ବ୍ରହ୍ମଗିରି, ଜଗତସିଂହପୁର ରଘୁନାଥପୁର, ସୁନ୍ଦରଗଡ଼ ସୁବଡେଗା, ଯାଜପୁର ଦଶରଥପୁର, ସୁନ୍ଦରଗଡ଼ ତାଙ୍ଗରପଲ୍ଲୀରେ ଏସବୁ କୋର୍ଟ ସ୍ଥାପନ ହେବ।
ହାଇକୋର୍ଟ ଏସବୁ ଜିଲ୍ଲାର ବିଚାରପତିମାନଙ୍କୁ ନୂଆ କୋର୍ଟଗୁଡ଼ିକର ଅଧିକ୍ଷେତ୍ର ସୀମା ଉଲ୍ଲେଖ କରି ଡ୍ରାଫ୍ଟ ନୋଟିଫିକେସନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କୋର୍ଟ ହଲ୍, ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ, ଅଲଗା ଲକ୍-ଅପ୍, ଅଫିସ୍, ପ୍ରିସାଇଡିଙ୍ଗ୍ ଅଫିସରଙ୍କ ଚେମ୍ବର୍ ଓ ଆବାସିକ ବ୍ୟବସ୍ଥା ତଥା କର୍ମଚାରୀଙ୍କ ପାଇଁ ଆବାସ ଉପଲବ୍ଧତା ବିଷୟରେ ସୂଚନା ୬ ନଭେମ୍ବର ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ବା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟ ପାଇବାରେ ସହଜତା ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
📲Get App