🔥 TRENDING -ಕುಮಾರಸ್ವಾಮಿ ಅವರಿಗೆ ಅಗೌರವದ ಮಾತು: ಜನರ ಭ... ब्रैकिंग न्यूज ಬಲ್ಲೂರ್ : ರಾಜ್ಯೋತ್ಸವ ನಿಮಿತ್ಯ ಒಂದು ಕಿಲ... EPFOએ WhatsApp દ્વારા PF ધારકોને નવી ડ... केंद्रीय मंत्री नितिन गडकरी से मिलीं द... जौनपुर ब्रेकिंग एसएसपी डॉ. यशवीर सिंह...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭୁବନେଶ୍ୱରରେ ହୋଟେଲ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବନେତା ଗିରଫ

✍️ Reporter: Deepak Mahapatra 🗓 02 Nov 2026, 01:08 PM 👁 12
Share: 💬 WhatsApp 📘 Facebook 𝕏 Post
ଜଣେ ଯୁବତୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ହୋଟେଲରେ ଦୁଷ୍କର୍ମ କରିବା ଅଭିଯୋଗରେ ଏକ ରାଜନୀତିକ ଦଳର ଜଣେ ଯୁବନେତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଶଶିକାନ୍ତ ଲେଙ୍କା ଓରଫ ଆଲୋକ। ତାଙ୍କ ଘର ନିଆଳି ଅଞ୍ଚଳରେ।
ପୁଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ, ନିଆଳି ଅଞ୍ଚଳର ଜଣେ ଯୁବତୀଙ୍କୁ ଶଶିକାନ୍ତ ବିଭିନ୍ନ ପ୍ରଲୋଭନ ଦେଖାଇ ଭୁବନେଶ୍ୱର ଆଣିଥିଲେ । ବାମିଖାଲ ଅଞ୍ଚଳରେ ଥିବା ଏକ ହୋଟେଲକୁ ସେ ଯୁବତୀଙ୍କୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ।
ଏ ନେଇ ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଲିଖିତ ଆକାରରେ ଜଣାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ପ୍ରାଥମିକ ପ୍ରମାଣ ମିଳିବ ପରେ ଶଶିକାନ୍ତ ଙ୍କୁ ଗିରଫ କରିଛି ପୁଲିସ।
ସେହିପରି ଲଭ୍, ସେକ୍ସ ଓ ଧୋକା ମାମଲାରେ ଭୁବନେଶ୍ୱର ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ବାରିସା ସୋରେନ। ଭୁବନେଶ୍ୱରରେ ଜଣେ ସିକ୍ୟୁରିଟୀ ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ସାଲିଆ ସାହିରୁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ। ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦୁଇ ବର୍ଷ ଧରି ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ସେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ବର୍ଷ ପରେ ଆଉ ଧରାଛୁଆଁ ଦେଇ ନଥିଲେ। ପ୍ରତାରିତ ହୋଇଥିବା ଅନୁଭବ କରିବା ପରେ ଯୁବତୀ ଜଣଙ୍କ ଗତ ୭ ତାରିଖରେ ଯୁବତୀ ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ମହିଳା ଥାନା ପୁଲିସ ଘଟଣାର ତଦନ୍ତ କରି କଟକରୁ ବାରିସା ସୋରେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
📲Get App