🔥 TRENDING Walk‑in Interview Free Service 1962 મા... दीपावली से पहले कांकेर पुलिस अलर्ट, सर... રાજકોટની હોટેલમાં દારૂની મહેફિલ પર પોલ... Bike accident पंचायत आम चुनाव 2026 के तृतीय चरण के त... मनोहर सिंह भाटी
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡ଼ିଶା ଆସିବେ ୮ ଜଣିଆ କେନ୍ଦ୍ରୀୟ ଟିମ୍; ୩ ଜିଲ୍ଲାରେ କରିବେ ଅନୁଧ୍ୟାନ

✍️ Reporter: Deepak Mahapatra 🗓 02 Nov 2026, 01:23 PM 👁 14
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶାରେ କେତେ କ୍ଷୟକ୍ଷତି ହୋଇଛି? କେଉଁ କ୍ଷେତ୍ରରେ କେତେ କ୍ଷତି ସହିଛି ରାଜ୍ୟ? ଏହାର ସ୍ଥିତି ପରଖିବାକୁ ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛି ୮ ଜଣିଆ କେନ୍ଦ୍ରୀୟ ଟିମ୍। ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଟିମ୍ ରାଜ୍ୟରେ ରହି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଟିମ୍ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପରିଦର୍ଶନ କରିବ। ଏହି ଟିମ୍‌ରେ କୃଷି, ଅର୍ଥ, ଜଳସମ୍ପଦ, ବିଦ୍ୟୁତ୍, ସଡ଼କ ପରିବହନ ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କ ସହ ଇସ୍ରୋର ଜଣେ ବୈଜ୍ଞାନିକ ମଧ୍ୟ ସାମିଲ ଅଛନ୍ତି।
ଗସ୍ତ ସମୟରେ ବାତ୍ୟା ଓ ବନ୍ୟା ଯୋଗୁଁ ଚାଷଜମି, ରାସ୍ତାଘାଟ, ବିଦ୍ୟୁତ୍ ବ୍ୟବସ୍ଥା, ଜଳସମ୍ପଦ ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ଅଧିକାରୀ। ଏଥିସହ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ।
ସେପଟେ କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ସହ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ରିପୋର୍ଟ ମଧ୍ୟ କେନ୍ଦ୍ରକୁ ପଠାଯିବ। ଉଭୟ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଓଡ଼ିଶାକୁ ଆର୍ଥିକ ସହାୟତା ମିଳିବ। ଆବଶ୍ୟକ ପଡ଼ିଲେ ସପ୍ଲିମେଣ୍ଟାରୀ ବଜେଟ୍‌ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ହେଲେ ସହାୟତା ପ୍ୟାକେଜ୍‌ର ପୁନଃସମୀକ୍ଷା କରାଯିବ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ମଧ୍ୟ ସରକାର ସତର୍କ ରହିଛନ୍ତି। ଏହାର ମୁକାବିଲା ପାଇଁ ଗତକାଲି ଏସଆରସି କାର୍ଯ୍ୟାଳୟରେ ନିଜେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳରେ ପୂର୍ବରୁ ନିୟୋଜିତ ଅଧିକାରୀ ଓ ଉଦ୍ଧାରକାରୀ ଦଳଙ୍କୁ ରଖାଯିବା ସହ ଅତିରିକ୍ତ ୫୦ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା, ଭିତ୍ତିଭୂମିର ପୁନରୁଦ୍ଧାର ଓ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ଉପରେ ସରକାରଙ୍କ ଫୋକସ୍ ରହିଛି।
📲Get App