🔥 TRENDING ಬೆಂಗಳೂರು-ಹುಬ್ಬಳ್ಳಿ-ಮುಂಬೈ ಮಾರ್ಗದಲ್ಲಿ ಹೊ... Diljit Dosanjh Addresses Hurdles Ahead... Rahul Gandhi Meets Uttarakhand Congres... Panchkula School Assault: Two Staff Su... President Murmu lauds Haryana women fo... BJP's Nitin Nabin Leads Counter-March...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ମହାରାଷ୍ଟ୍ର ଯାଉଥିବା ବେଳେ ଖୋର୍ଦ୍ଧାରେ ମାଡ଼ିବସିଲା ଏସ୍‌ଟିଏଫ

✍️ Reporter: Deepak Mahapatra 🗓 02 Nov 2026, 01:08 PM 👁 18
Share: 💬 WhatsApp 📘 Facebook 𝕏 Post
କାରରେ ଓଡ଼ିଶାରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ। ହେଲେ ଖୋର୍ଦ୍ଧା ନିକଟରେ ମାଡ଼ି ବସିଲା ଏସ୍‌ଟିଏଫ୍‌। ଦୁଇଟି କାରରୁ ଜବତ ହୋଇଛି ୯୭ କେଜି ଗଞ୍ଜେଇ। ଏହାର ଆନୁମାନିକ ବଜାର ଦର ୪୯ ଲକ୍ଷ ଟଙ୍କା ହେବ।
ଏସ୍‌ଟିଏଫ୍ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଏହି ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ସିଣ୍ଡିକେଟ୍‌ର କିଙ୍ଗପିନ୍। ତାଙ୍କ ନାଁ ସାଗର ବସବରାଜ କାପାଲେ। ତାଙ୍କ ଘର ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ । ଅନ୍ୟ ୪ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ଉଦୟ ଦିଗଲ, ନରେଶ ପ୍ରଧାନ, କାର୍ତ୍ତିକ ମଲ୍ଲିକ ଓ ଗୋବିଲ ରାଜ ବେହେରା।
ଏସଟିଏଫ୍ ଦୁଇଟି କାର ସହ ଅଭିଯୁକ୍ତମାନଙ୍କ ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ ଏବଂ ନଗଦ ୧୧ ହଜାର ୬୦୦ ଟଙ୍କା ଜବତ କରିଛି।
କନ୍ଧମାଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଏକ ସଂଗଠିତ ନେଟୱର୍କ କାମ କରୁଥିବା ସନ୍ଦେହ କରୁଛି ଏସଟିଏଫ୍। ଦୀର୍ଘ ବର୍ଷ ଧରି ଏହି ରାକେଟ୍ ସକ୍ରିୟ ଥିବା ଆଶଙ୍କା କରାଯାଉଛି। ଗଞ୍ଜେଇର ଉତ୍ସ, ଆର୍ଥିକ କାରବାର ଏବଂ ସିଣ୍ଡିକେଟର ଅନ୍ୟ ସଦସ୍ୟଙ୍କ ସଂପର୍କରେ ତଥ୍ୟ ହାସଲ କରିବା ପାଇଁ ତଦନ୍ତ ଜାରି ରହିଛି।
📲Get App